www.samajalive.in
Wednesday, December 10, 2025
23.1 C
Bhubaneswar

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ, ୩ଟି ଶୃଙ୍ଖଳରେ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଲେ ଭୋଳା ଓ ଶ୍ରୀଲକ୍ଷ୍ମୀ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୟୁଥ ବାଳକ ୧୦୨ କେଜି ବର୍ଗରେ ବିହାର ଭୋଳା ସିଂହ ଏବଂ ୮୧କେଜି ୟୁଥ ବାଳିକା ବର୍ଗରେ ଚ. ଶ୍ରୀଲକ୍ଷ୍ମୀ ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ସ୍ଥାପନ କରିବା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦୨ କେଜି ୟୁଥ ବାଳକ ବର୍ଗରେ ବିହାରର ଭୋଳା ସିଂହ ସ୍ନାଚରେ ୧୨୬ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୫୦ କେଜି ଏବଂ ମୋଟରେ ୨୭୬ କେଜି ଉତ୍ତୋଳନ କରି ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ୮୧ କେଜି ୟୁଥ ବାଳିକା ବର୍ଗରେ ଆନ୍ଧ୍ରପ୍ରଦେଶର ଚ. ଶ୍ରୀଲକ୍ଷ୍ମୀ ସ୍ନାଚରେ ୮୧ କେଜି, କ୍ଲିନ ଆଣ୍ଡ ଜର୍କରେ ୧୦୪ କେଜି ଏବଂ ମୋଟରେ ୧୮୫ କେଜି ଉତ୍ତୋଳନ କରି ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ଶ୍ରୀଲକ୍ଷ୍ମୀ ଜୁନିୟର ମହିଳା ୮୧ କେଜି ବର୍ଗରେ ମଧ୍ୟ ମୋଟ ୧୮୫ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଜୁନିୟର ୧୦୨ କେଜି ପୁରୁଷ ବର୍ଗରେ ରାଜସ୍ଥାନର ହରଚରଣ ସିଂ ସ୍ନାଚରେ ୧୫୧ କେଜି, କ୍ଲିନ ଆଣ୍ଡ ଜର୍କରେ ୧୬୮ କେଜି ଉତ୍ତୋଳନ ସହ ମୋଟ ୩୧୯ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥି ସହିତ ହରଚରଣ ସ୍ନାଚ ଓ ମୋଟ ଶୃଙ୍ଖଳରେ ସର୍ବଶ୍ରେଷ୍ଟ ଉତ୍ତୋଳନ କରି ଦୁଇଟି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ବର୍ଗରେ ହରିୟାଣା ର ଅମନ ମୋଟ ୩୧୪ କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଅମନ ଆଜି ସ୍ନାଚରେ ୧୭୭ କେଜି ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପଞ୍ଜାବର ଯଶବୀର ସିଂ ମୋଟ ୨୯୪ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ସିନିୟର ପୁରୁଷ ୧୦୨ କେଜି ବର୍ଗରେ ଅରୁଣାଚଳ ପ୍ରଦେଶର କୁଜୁମ ତାବା ସ୍ନାଚରେ ୧୫୩କେଜି ଉତ୍ତୋଳନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିସହ ସେ କ୍ଲିନ ଆଣ୍ଡ ଜର୍କରେ ୧୯୨ କେଜି ଓ ମୋଟରେ ୩୪୫ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏସଏସସିବିର ବିକାଶ ଠାକୁର ମୋଟ ୩୪୧ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ସଚିନ ମେହମି ୩୩୩କେଜି ଉତ୍ତୋଳନକରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୮୧ କେଜି ସିନିୟର ମହିଳା ବର୍ଗରେ ବର୍ଗରେ ଉତ୍ତର ପ୍ରଦେଶର କ୍ରୀତ୍ୟଗା ପନୱାର ମୋଟ ୨୦୩ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ଚଣ୍ଡିଗଡ଼ର ବଂଶୀତା ବର୍ମା ରୌପ୍ୟ ଏବଂ ଉତ୍ତର ପ୍ରଦେଶର ପୂଜା ୟାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories