www.samajalive.in
Wednesday, December 10, 2025
26.1 C
Bhubaneswar

ପତ୍ନୀକୁ ହତ୍ୟା ଉଦ୍ୟମ, ପିପିଲି ଥାନାରେ ଅଭିଯୋଗ

ପିପିଲି:ପତ୍ନୀକୁ ନିର୍ଯ୍ୟାତନା ଦିଆଯିବା ସହ ଗର୍ଭପାତ ପାଇଁ ବାଧ୍ୟ କରାଯିବା ଓ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। ଏନେଇ ପିପିଲି ଥାନାରେ କସରଦା ଗ୍ରାମର ବିରାଟ ମହାପାତ୍ରଙ୍କ ସମେତ ତାଙ୍କ ସହଯୋଗୀଙ୍କ ନାମରେ କେଶ୍‍ନଂ- ୧୩୭/୨୦୨୨ରେ ଆଇପିସିର ୪୯୮(ଏ), ୩୨୩, ୩୦୭, ୫୦୬ ଓ ୩୪ ଧାରାରେ ଏକ ମାମଲା ରୁଜୁ ହୋଇଛି।
ପଶ୍ଚିମବଙ୍ଗ କୋଲକତା ଟାଲିଗଞ୍ଜ ଅଞ୍ଚଳର ବାସିନ୍ଦା ଶ୍ୱେତା ମହାପାତ୍ର ଓରଫ ଖାତୁନ(୩୦)ଙ୍କ ଅଭିଯୋଗ ଅନୁଯାୟୀ ଗତ ୨୦୧୬ ମସିହାରେ ବିରାଟଙ୍କ ସହ ତାଙ୍କର ବିବାହ ହୋଇଥିଲା। ସେ କିଛିଦିନ ପାଇଁ କୋଲକତାର ଟାଲିଗଞ୍ଜ ସ୍ଥିତ ପୈତୃକ ଘରକୁ ଯାଇ ଗତ ୨୨ ତାରିଖରେ ଫେରିଥିଲେ। ସ୍ୱାମୀ ରହୁଥିବା ପୁରୀ ଘରେ ସେ ପହଞ୍ôଚବା ପରେ ସେଠାରେ ବିରାଟ ତାଙ୍କୁ ଶାରିରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ବେକକୁ ଚିପି ହତ୍ୟା ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ସେ ୨୫ ତାରିଖରେ ବିରାଟଙ୍କ ନିଜ ଗ୍ରାମ ତଥା ପିପିଲିର କସରଦା ଗ୍ରାମକୁ ଆସିଥିଲେ। ସେଠାରେ ମଧ୍ୟ ବିରାଟଙ୍କ ସହଯୋଗୀ ଗୁଣ୍ଡାମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସେ ୪ମାସର ଗର୍ଭବତୀ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍‍ଆଇ ସୁରମା ସ୍ୱାଇଁ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏସଂପର୍କରେ ବିରାଟଙ୍କ ପ୍ରତିକ୍ରୀୟା ମିଳି ପାରିନାହିଁ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories