www.samajalive.in
Sunday, December 14, 2025
19.1 C
Bhubaneswar

ବିପୁଳ ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

ସମ୍ବଲପୁର: ସମ୍ବଲପୁରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ସାରିଥିବା ବେଳେ ଏବେ ଅପରାଧି ମାନେ ଖୁଲମଖୁଲା ଅପରାଧିକ ଗତିବିଧି ଭିଆଇବାକୁ ମଧ୍ୟ ପଛାଉ ନାହାନ୍ତି। ଏଭଳି ଏକ ଘଟଣାରେ ଶନିବାର ସ୍ଥାନୀୟ କ୍ଷେତରାଜପୁର ର କଦମମାଳ ଅଞ୍ଚଳରେ ବ୍ୟସ୍ତବହୁଳ ରାସ୍ତା ଉପରେ ଏକ ପିକ ଅପ ଗାଡି ଠିଆ ହୋଇଥିବାର ପୁଲିସକୁ ଖବର ମିଳିଥିଲା। ଏଣୁ ତୁରନ୍ତ ପୁଲିସ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାରୁ ଗାଡିରେ କିଛି ଜରି ଟୋକେଇ ଓ ଅଖା ଥଳି ଗୁଡିକରେ ଗଞ୍ଜେଇ ଥିବା ଭଳି ବାସ୍ନା ଆସିଥିଲା। ଏଣୁ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ସରୋଜା ବେହେରାଙ୍କ ଉପସ୍ଥିତିରେ ଗାଡିକୁ ଆଇନ ଅନୁଯାୟୀ ଯାଞ୍ଚ କରାଯାଇଥିଲା। ପୁଲିସ ଯାଞ୍ଚ ସମୟରେ ୫ଟି ଜରି ଅଖା ଥଳି ଏବଂ ୧୫ଟି ଜରି ଟୋକେଇ ମଧ୍ୟରେ ରଖାଯାଇଥିବା ୧୧୦ କିଗ୍ରା ୨୫୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଏଣୁ ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟରେ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ପୁଲିସ ସମସ୍ତ ଗଞ୍ଜେଇ ଓ ଗାଡିକୁ ଜବତ କରିଥିଲା। ଏ ସର୍ମ୍ପକରେ କ୍ଷେତରାଜପୁର ଥାନାରେ ମାମଲା ସଂଖ୍ୟା ୮୯/୨୦୨୨ ରୁଜୁ କରାଯାଇ ଫେରାର ଥିବା ଗାଡିର ଚାଳକକୁ ଖୋଜୁଛି। ତେବେ ଏହି ଘଟଣା ୨୪ ଘଣ୍ଟା ବିତିଯିବା ସତ୍ୱେ କିନ୍ତୁ ପୁଲିସ ଏହି ଗଞ୍ଜେଇ କେଉଁ ଠାରୁ ଆସିଥିଲା, କେଉଁ ସ୍ଥାନକୁ ଯାଉଥିଲା, ଚାଲାଣକାରୀ କିଏ, ଗାଡିର ମାଲିକ କିଏ, ଗାଡିର ଚାଳକ କିଏ ଆଦି କୌଣସି ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ ରହିଛି ବୋଲି ଜଣାଇଛି। ତେବେ ଜବତ ହୋଇଥିବା ଗାଡିର ସମ୍ପୁର୍ଣ୍ଣ ବିବରଣୀ ନିମନ୍ତେ ସମ୍ବଲପୁର ପରିବହନ ଅଧିକାରୀଙ୍କୁ ତଥ୍ୟ ପୁଲିସ ମାଗିଛି ବୋଲି କ୍ଷେତରାଜପୁର ପୁଲିସ ସୂଚନା ଦେଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories