www.samajalive.in
Thursday, December 11, 2025
16.1 C
Bhubaneswar

ବିଭିନ୍ନ ଦାବିକୁ ନେଇ ହଷ୍ଟେଲ ଛାଡି ପଳାଇଲେ ଛାତ୍ରୀ

ଗଜପତି: ମୋହନା ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୬୧ଜଣ ଛାତ୍ରୀ ଛାତ୍ରୀନିବାସ ଛାଡି ଚାଲିଯାଇଥିବା ବେଳେ ସେମାନଙ୍କୁ ପୁଣି ବୁଝାସୁଝା କରି ଫେରାଇ ଅଣାଯାଇଛି।  ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେଉ ନଥିବା ଏବଂ ବିଦ୍ୟୁତ ଓ ପାଣିର ବ୍ୟବସ୍ଥା ନଥିବାରୁ ଛାତ୍ରୀମାନେ ଏହି ପଦକ୍ଷେପ ନେଇଛନ୍ତି। ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଏହି ସମସ୍ୟା ସମାଧାନ ପାଇଁ ଦାବି ହୋଇ ଆସୁଥିଲା। କିନ୍ତୁ ଏହାକୁ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଛାତ୍ରୀମାନେ ଛାତ୍ରୀନିବାସ ଛାଡିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସେମାନଙ୍କୁ ଅଧା ବାଟରେ ଅଟକାଇ ଥିଲେ। ଚନ୍ଦ୍ରଗିରି ନିକଟରେ ଛାତ୍ରୀମାନଙ୍କୁ ବୁଝାସୁଝା କରି ଫେରାଇ ଆଣିଥିବା ସୂଚନା ମିଳିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories