www.samajalive.in
Friday, December 12, 2025
16.1 C
Bhubaneswar

ଶ୍ରମଦାନ କରି ଲିିଟିଜୋର ପାଣିକୁ ଅଟକାଇଲେ ପଣ୍ଡିଗାଁ ଜନସାଧାରଣ

କଲମପୁର: ଏବେ ବଢୁଛି ଖରାର ପ୍ରକୋପ। ତା’ ସହ ଶୁଖି ଯାଉଛି ପାଣି ଉତ୍ସ। ନଦୀ ନାଳ ଝରଣା ଭଳି ପ୍ରାକୃତିକ ଜଳ ଉତ୍ସ ସମେତ କୁଅ ପୋଖରୀ ସବୁ ଶୁଖିଯାଉଥିବାରୁ ପ୍ରଭାବିତ ହେଉଛନ୍ତି ଗାଈ,ଗୋରୁ ଛେଳି ମେଣ୍ଢା ସମେତ ବନ୍ୟ ପ୍ରାଣୀ ଓ ପକ୍ଷୀ ସମୂହ। ଲୋକଙ୍କୁ ପାନୀୟ ଜଳ ମଧ୍ୟ ସହଜରେ ଉପଲବ୍ଧ ହେଉନଥିବା ବେଳେ ସ୍ନାନ ଶୌଚାଦୀ ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଦୀର୍ଘ ୨୨ ବର୍ଷ ପରେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ତରଫରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଜଳ ସେଚନକୁ ବନ୍ଦ କରାଯାଇଛି। ତେଣୁ ପାଣି ଟିକିକ ପାଇଁ ଲୋକେ ଏବେ ଠାରୁ ତ୍ରାହୀ ତ୍ରାହୀ ଡାକିଲେଣି, ଆଗକୁ ଏପ୍ରିଲ ଓ ମଇ ଭଳି ଗ୍ରୀଷ୍ଣ ତାପ ପ୍ରକୋପର ମାସ ରହିଛି। ଏହାକୁ ଗୁରୁତ୍ୱ ଦେଇ ପଣ୍ଡିଗାଁ ନିକଟସ୍ଥ ଦେଇ ପ୍ରବିହାତି ହେଉଥିବା ଲିଟିଜୋରର ପାଣିକୁ ବାଲି ବସ୍ତା ପକାଇ ଅଟକାଉଛନ୍ତି ଗ୍ରାମବାସୀ। ଏହି ପାଣି ଅଟକିବା ପରେ ଲୋକଙ୍କ ସ୍ନାନ ଶୌ·ଦୀ ସହ ଗାଈ ଗୋରୁ ଛେଳି ମେଣ୍ଢା ସମେତ ଅନ୍ୟ ବନ୍ୟ ପ୍ରାଣୀ ଓ ପକ୍ଷୀଙ୍କ ପାଣି ପିଇବା ପାଇଁ ସୁବିଧା ହେଇ ପାରିବ। ତେଣୁ ଏଥିପାଇଁ ଗ୍ରାମବାସୀ ଶ୍ରମଦାନ କରି ଲିଟିଜୋରର ପ୍ରବାହିତ ପାଣିକୁ ଅଟକାଇବାର ସଫଳ ହେଇଛନ୍ତି। ତେଣୁ ପ୍ରଶାସନ ତରଫରୁ ଲୋକଙ୍କ ସୁବିଧା ପାଇଁ କେବଳ ଲିଟିଜୋର ନୁହେଁ କୁଲେଇଜୋର, ଘର୍ଲାଜୋର, ବଙ୍କାପଲା ନାଳ, ବୋଦେଲବନ୍ଧ ନାଳ, ଚୁରାଗାଁ ଜୋର ଆଦିର ବିଭିନ୍ନ ସ୍ଥାନରେ ବାଲି ବସ୍ତା ଦେଇ ପାଣି ସବୁକୁ ଅଟକାଇଲେ ଲୋକେ ଜଳ ସଙ୍କଟରୁ ମୁକୁଳି ପାରନ୍ତେ। ତେଣୁ ବ୍ଲକ ପ୍ରଶାସନ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ଜରୁରୀକାଳୀନ ଭିତିରେ ଏହାର ସମାଧାନ କରିବାରେ ପ୍ରୟାସ କଲେ ଗ୍ରୀଷ୍ମ ତାପ ଓ ଜଳ ସଙ୍କଟର ସମାଧାନ କରାଯାଇ ପାରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories