www.samajalive.in
Friday, December 12, 2025
16.1 C
Bhubaneswar

ବାଇକ ଧକ୍କାରେ ଗୋଟିଏ ପରିବାରର ୩ ଆହତ

ଲାଞ୍ଜିଗଡ଼: ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରୁ ନିଜ ଘର ଛତ୍ରପୁର ପଞ୍ଚାୟତର ପତ୍ରାପଡ଼ାକୁ ଯାଉଥିବାବେଳେ ହରିହରପୁର ନିକଟରେ ଏକ ଅଜଣା ବାଇକ୍ ଧକ୍କାରେ ଗୋଟିଏ ପରିବାରର ୩ ସଦସ୍ୟ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ପତ୍ରାପଡ଼ାର ଧନସାଏ ନିଆଲ, ଦ୍ରୌପଦୀ ନିଆଲ, ରାଘବ ନିଆଲ ଏକ ଟିଭିଏସ୍ ୫୦ ଲୁନାରେ ନିଜ ଘର ପତ୍ରାପଡ଼ା ଯାଉଥିଲେ। ରାତି ପ୍ରାୟ ଦଶଟା ସମୟରେ ହରିହରପୁର ନିକଟରେ ସାମ୍ନା ପଟୁ ଏକ ବାଇକ୍ ମାଡ଼ି ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ତିନିଜଣ ଯାକ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଏ ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଦ୍ରୌପଦୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ଧନସାଏ ଏବଂ ରାଘବ ମଧ୍ୟ ଚିକିତ୍ସିତ ହେଉଥିବା ଖବର ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories