www.samajalive.in
Saturday, December 6, 2025
23.1 C
Bhubaneswar

କଣ୍ଟାବାଞ୍ଜି ଏନ. ଏ. ସି ଅଧକ୍ଷ ପଦ ; ବାଜି ମାରିଲେ କଂଗ୍ରେସ ପ୍ରାର୍ଥୀ ବରିୟାମ ସିଂ ସାଲୁଜା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଏନ. ଏ. ସି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବରିୟାମ ସିଂ ସାଲୁଜା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ବିନୟ ଭୂଷଣ ବିଭାରଙ୍କୁ ୭୯୮ଭୋଟ ବ୍ୟବଧାନରେ ପରାସ୍ତ କରି ବାଜିମାରି ବିଜୟୀ ଘୋଷିତ ହୋଇଛନ୍ତି। କଂଗ୍ରେସ ସମର୍ଥକମାନେ ବିଜୟ ଦିବସ ମନାଇବା ସହ ଫଗୁ, ଆତସବାଜୀରେ ସାରା ସହର କମ୍ପୁ ଥିବା ବେଳେ ବିଜୟୀ କାଉନସିଲର ମାନେ ସମର୍ଥକ ସହ ବିଜୟ ଶୋଭାଯାତ୍ରା ସାହି ବସ୍ତି ବୁଲୁ ଥିବା ଦେଖାଯାଇଥିଲା । ସାଲୁଜାଙ୍କୁ ୫୪୫୦ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ବିଭାରଙ୍କୁ ମିଳିଛି ୪୬୫୨ଭୋଟ, ବିଜେପି ପ୍ରାର୍ଥୀ ବେଦବ୍ୟାସ ନାଗଙ୍କୁ ମିଳିଛି,୨୧୫୧ଭୋଟ ।
ସେହିଭଳି ଏନ. ଏ. ସି ର ୧୬ଟି ୱାର୍ଡ଼ ରେ କଂଗ୍ରେସ ଦଳ ର ୧୦ଟି କାଉନ ସିଲର ନିର୍ବାଚିତ ହୋଇଥିବା ବେଳେ ବିଜେଡ଼ି ର ୫ଜଣ ଓ ବିଜେପି ର ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇ ଛନ୍ତି । ୱାର୍ଡ଼ ଅନୁଯାୟୀ ବିଜୟୀ ପ୍ରମୁଖ ପ୍ରାର୍ଥୀ ମାନେ ହେଲେ ନଂ ୧ୱାର୍ଡ଼ ମହମ୍ମଦ ଇମରାନ ଖାନ (ବିଜେଡ଼ି),ୱାର୍ଡ଼ ନଂ୨ଅଶୋକ ବଂଶଳ (କଂଗ୍ରେସ ), ୱାର୍ଡ଼ ନଂ ୩ମନୀଷ ଅଗ୍ରୱାଲ (ବିଜେଡ଼ି), ୱାର୍ଡ଼ ନଂ ୪ସୁଧା ଅଗ୍ରୱାଲ (କଂଗ୍ରେସ )ୱାର୍ଡ଼ ନଂ ୫ଯାଜ୍ଞସାନୀ ବାଗ (ବିଜେଡ଼ି ), ୱାର୍ଡ଼ ନଂ ୬ନୀଳକଣ୍ଠ ଶତ ପଥି (ବିଜେପି ), ୱାର୍ଡ଼ ନଂ ୭ପିଙ୍କି ମହାନନ୍ଦ (ବିଜେଡ଼ି )ୱାର୍ଡ଼ ନଂ ୮ଗୌତମ ବେହେରା (କଂଗ୍ରେସ ), ୱାର୍ଡ଼ ନଂ ୯ଲଳିତ କୁମାର ଅଗ୍ରୱାଲ (କଂଗ୍ରେସ ), ୱାର୍ଡ଼ ନଂ ୧୦ଶାନ୍ତି ଦୀକ୍ଷିତ (କଂଗ୍ରେସ ), ୱାର୍ଡ଼ ନଂ ୧୧ସୂର୍ୟ୍ୟ ପ୍ରତାପ ମିଶ୍ର (ବିଜେଡ଼ି),ୱାର୍ଡ଼ ନଂ ୧୨ହେମାନୀ ଜଗତ (କଂଗ୍ରେସ ), ୱାର୍ଡ଼ ନଂ ୧୩ମନୋରମା ରାଉତ (କଂଗ୍ରେସ ), ୱାର୍ଡ ନଂ ୧୪ଗୁପ୍ତେଶ୍ୱର ତରିଆ (କଂଗ୍ରେସ ), ୱାର୍ଡ଼ ନଂ ୧୫ସୁନିତା ବୁଡ଼େକ (କଂଗ୍ରେସ ), ୱାର୍ଡ଼ ନଂ ୧୬ବେଦକାନ୍ତି ପନିକା (କଂଗ୍ରେସ )ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ଙ୍କ ସୂତ୍ର ରୁ ଜଣାପଡିଛି ।  ଅଧକ୍ଷ ପଦ ପାଇଁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ରେ କଂଗ୍ରେସ ଓ ବିଜେଡ଼ି ମଧ୍ୟ୍ୟ ରେ କଡା ଟକ୍କର ଦେଖି ଵାକୁ ମିଳି ଥିଲା ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories