www.samajalive.in
Friday, December 12, 2025
16.1 C
Bhubaneswar

ଓଡ଼ିଶାରେ ଗୋଚାଲାଣ ଉଦ୍‍ବେଗଜନକ : ମେନକା ଗାନ୍ଧୀ

କଟକ : ଓଡିଶାରେ ଗୋ’ଚାଲାଣ ଉଦ୍‍ବେଗଜନକ ସ୍ଥିତିରେ ରହିଛି। ବିହାର, ପଶ୍ଚିମବଙ୍ଗକୁ ଗୋ’ଚାଲାଣ କରାଯାଉଛି। ପଶ୍ଚିମବଙ୍ଗରୁ ଏହାକୁ ସିଧାସଳଖ ବାଂଲାଦେଶକୁ ଯାଉଛି। ରାଜ୍ୟ ସରକାର ଗୋ’ଚାଲାଣ ରୋକିବା ଉପରେ ଆନ୍ତରିକତା ପ୍ରକାଶ କରୁ ନ ଥିବା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି।
ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ(ଏନ.ଏଲ.ୟୁ)ରେ ମଙ୍ଗଳବାର ପୂର୍ବାହ୍ଣରେ ‘ପ୍ରାଣୀ ଓ ପରିବେଶ ମଙ୍ଗଳ’ ସଂକ୍ରାନ୍ତ ଏକ କର୍ମଶାଳାର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ କହିଲେ ବନ୍ୟଜନ୍ତୁଙ୍କ ଉପରେ ବୃଦ୍ଧି ପାଉଛି। ବନ୍ୟପ୍ରାଣୀଙ୍କ ବଞ୍ଚିବାର ଅଧିକାର ରହିଛି। ଏହାକୁ ନେଇ ଗାନ୍ଧିଜୀ ଗ୍ରାମ୍ୟ ସ୍ୱରାଜ ଅଭିଯାନ ଆରମ୍ଭ କରିଥିଲେ। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ୨୦୧୪ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ପ୍ରାଣୀମାନଙ୍କୁ ନିର୍ଯାତନା ଦିଆଯାଉଥିବା ଦୃଶ୍ୟର ଭିଡିଓ ଉତ୍ତୋଳନ କରି ଇଣ୍ଟରନେଟରେ ଛଡାଯାଉଥିବା ଦେଖିବାକୁ ମିଳୁଛି। ଏପରି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏବେ ସମୁଦ୍ରରେ ଜେଲିମାଛର ପରିମାଣ ବୃଦ୍ଧି ପାଇଛି। ଏହି ମାଛ ଲୋକମାନଙ୍କ ଲାଗି ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ସମୁଦ୍ରରେ ପରମାଣୁ ପରୀକ୍ଷଣ କରାଯିବା ଦ୍ୱାରା ଜଳର ଉଷ୍ଣତା ବୃଦ୍ଧି ପାଇବାରୁ ଏହି ଜଳରାଶି ଜେଲି ମାଛକୁ ସୁହାଉଥିବା ସେ କହିଥିଲେ। ବର୍ତ୍ତମାନ ସମୟରେ ବହୁ ନାମୀ କମ୍ପାନୀ ନାମରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଯେପରିକି ଘିଅରେ ବିଭିନ୍ନ ପ୍ରକାର ମୃତ ପ୍ରାଣୀଙ୍କ ଚମଡାକୁ ବ୍ୟବହାର କରାଯାଉଛି। ଆଗ୍ରାରେ ଜଣେ ରାଜନେତାଙ୍କ ଘିଅ କାରଖାନା ଯାଞ୍ଚ କରାଯିବା ସମୟରେ ଏହା ଜଣାପଡିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ଉଦାହରଣ ଦେଇ କହିଥିଲେ। ଫର୍ମାଲିନ୍‍ କେମିକାଲ ବ୍ୟବହାର ଉପରେ ନିଷେଧାଦେଶ ରହିଥିବା ବେଳେ ସବୁ ରାଜ୍ୟଗୁଡିକରେ ମାଛରେ ଏହି କେମିକାଲକୁ ବ୍ୟବହାର କରାଯାଉଛି। ଫର୍ମାଲିନ ମୃତ ଶରୀରକୁ ସଂରକ୍ଷିତ କରି ରଖିବାରେ ସହାୟକ ହୋଇଥାଏ। ମାଛରେ ବ୍ୟବହାର କରାଯିବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟରେ କ୍ଷତି ପହଞ୍ଚୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରାଯାଉ ନାହିଁ। ବର୍ତ୍ତମାନ ଜୀବଜଗତ ସହିତ ବିଭିନ୍ନ କୀଟ ପତଙ୍ଗର ସ୍ଥିତି ବିପଦପୂର୍ଣ୍ଣ ରହିଛି। ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କୁଳପତି ଡ. କ୍ରିଷ୍ଣା ଦେବ ରାଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଓ ପ୍ରକଳ୍ପ ସଂକ୍ରାନ୍ତରେ ମତ ରଖିଥିଲେ। ଅଧ୍ୟାପକ ସୋହାନି ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ରେଜିଷ୍ଟ୍ରାର ଡଲି ଜବାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ପ୍ରଫେସର ଡା. ପ୍ରିୟମ୍ବଦା ହେଜମାଦି ମହାନ୍ତି, ଜୀବବିଜ୍ଞାନୀ ଏନ.ଜି. ଜୟସିମା, ଏଚ.ଏସ.ଆଇର ପରିଚାଳନା ନିର୍ଦେଶକ ସୁମନ୍ତ ବିନ୍ଦୁମାଧବ, ଏଚ.ଏସ.ଆଇର ବନ୍ୟଜନ୍ତୁ ପ୍ରଚାରକ ଗୌରୀ ମୌଲେଖୀ,ପିପୁଲ ଫର ଆନିମଲ୍ସର ଟ୍ରଷ୍ଟି ଅଭିଜୟ ନେଗିଙ୍କ ସମେତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories