www.samajalive.in
Friday, December 12, 2025
15.1 C
Bhubaneswar

ପୁଲିସ-ଆଇନଜୀବୀ ବିବାଦ : ଦୁଇଜଣକୁ ଗିରଫକଲା କ୍ରାଇମବ୍ରାଞ୍ଚ

କଟକ : ପୁଲିସ-ଆଇନଜୀବୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ସମାଧାନର ବାଟ ଏପର୍ଯ୍ୟନ୍ତ ଫିଟି ନଥିବା ବେଳେ ହାଇକୋର୍ଟଙ୍କ ଆଦେଶକ୍ରମେ ଚଳିତମାସ ୬ତାରିଖରୁ ତଦନ୍ତଭାର ନେଇଥିବା କ୍ରାଇମବ୍ରାଞ୍ଚ ମଙ୍ଗଳବାର ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ମଧ୍ୟରେ ମହାନଦୀ ବିହାର ଅଞ୍ଚଳର ଅଭିଯୋଗକାରୀ ଦିଲ୍ଲୀପ ସିଂହ ଓ ହୋମଗାର୍ଡ କିଶୋର ଜେନା ରହିଥିବା ଜଣାପଡିଛି। ତେବେ ତଦନ୍ତ ଜାରି ରହିଥିବାରୁ ଘଟଣା ସଂପର୍କରେ ଅଧିକ କିଛି ତଥ୍ୟଦେବାକୁ ବିଭାଗୀୟ ଅଧିକାରୀମାନେ ମନା କରିଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ୨୮ତାରିଖ ଅପରାହ୍ଣରେ ପୋତାପୋଖରୀ ଅଞ୍ଚଳର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକ ତାଙ୍କ ପିତାଙ୍କ ୧୪ କର୍ମ ସଂକୀର୍ତ୍ତନ ପାଇଁ କିଛି କିଣିବାକୁ ନୂଆବଜାର ଛକକୁ ଆସୁଥିବା ବେଳେ ପୋଲ ନିକଟରେ ଦୁର୍ଘଟଣା ଘଟିଥିଲା। ଜଣେ ସ୍କୁଲ ଛାତ୍ର ଓ ସ୍ଥାନୀୟ ଦୁଇଜଣ ଲୋକ ଆହତ ହୋଇଥିଲେ। ଆଇନଜୀବୀ ପଟ୍ଟନାୟକ ଚଳାଉଥିବା କାର୍‍ ଏହି ଦୁର୍ଘଟଣା ଘଟାଇଥିବା ଅଭିଯୋଗକାରୀ ତାଙ୍କୁ ଘେରିଯିବା ସହିତ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ସମୟରେ ସେହିବାଟ ଦେଇ ଯାଉଥିବା ପିସିଆର ଭ୍ୟାନ୍‍ର ୪ଜଣ କର୍ମଚାରୀଙ୍କୁ ତାଙ୍କୁ ଉଦ୍ଧାର କରିବା ସମୟରେ ଠେଲାପେଲା ଘଟିଥିଲା। ଏହି ଘଟଣାକୁ ନେଇ ଉଭୟ ପୁଲିସ ଓ ଆଇନଜୀବୀ ପରସ୍ପରକୁ ଦୋଷାରୋପ କରିବାରୁ ପରିସ୍ଥିତି ବିଗିଡ଼ି ଯାଇଥିଲା।
ଏହି ଘଟଣାକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବାରୁ ଏହାକୁ ପ୍ରଶମିିତ କରିବାକୁ ଯାଇ ପୁଲିସ ଡିସିପି ୩ଜଣକୁ ଚାକିରିରୁ ନିଲମ୍ବିତ କରିବା କରିଥିଲେ। ଏହାପରେ ଘଟଣାର ତଦନ୍ତଭାର ଜଣେ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଥିଲା;କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଆଇନୀଜୀବୀମାନେ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। କୋର୍ଟ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରି ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ବିଭାଗୀୟ ଡିଏସପି ଶୁଭଲକ୍ଷ୍ମୀ ପଟ୍ଟନାୟକ, ଡିଏସପି ଡି.ବି ଦାସଙ୍କ ସମେତ ଜଣେ ଇନ୍ସପେକ୍ଟର ଓ ୨ଜଣ ସବ୍‍ଇନ୍ସପେକ୍ଟର ନେଇ ଗଠିତ ଦଳ ତଦନ୍ତ ଆରମ୍ଭ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories