www.samajalive.in
Saturday, December 13, 2025
26.1 C
Bhubaneswar

ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କଲେ ସଦାଶିବ ସାମନ୍ତରାୟ

ଭୁବନେଶ୍ୱର – ସଦାଶିବ ସାମନ୍ତରାୟ, କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀସାମନ୍ତରାୟ ପନ୍ତନଗରସ୍ଥିତ ଜିବି ପନ୍ତ କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ୧୯୮୫ମସିହାରେ ଦ୍ୱିତୀୟ ବ୍ୟାଚ୍ ଗ୍ରାଜୁଏଟ୍ ଇଞ୍ଜିନିୟର ର୍ଟ୍ରେନି ଭାବରେ ନାଲକୋରେ ନିଜର କ୍ୟାରିଅର ଆରମ୍ଭକରି, ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ଉଭୟ ବୈଷୟିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ଦୀର୍ଘ ୩୬ ବର୍ଷର ଅଭିଜ୍ଞତା ହାସଲ କରିଛନ୍ତି । ସେ ଘରୋଇ ତଥା ବିଦେଶ ବଜାରରେ ଉତ୍ପାଦ ବିକ୍ରୟ ତଥା ବାଣିଜ୍ୟିକ ପ୍ରଣାଳୀର ଅଭିବୃଦ୍ଧି ପାଇଁ ବାଣିଜ୍ୟିକ ନୀତି ତଥା ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାରେ ବିଶେଷ ଭାବରେ କାମ କରିଛନ୍ତି। ଶ୍ରୀ ସାମନ୍ତରାୟ, ଗ୍ରାହକମାନଙ୍କ ସହ ବୁଝାମଣା ପତ୍ର, ଏଲ.ଏମ.ଇ ସଂଯୁକ୍ତ ମୂଲ୍ୟ ପ୍ରଣାଳୀ, ଆଲୁମିନିୟମର ଏଲ.ଏମ.ଇ ପଞ୍ଜିକରଣ, ରପ୍ତାନୀ ପାଇଁ ଇ-ଟେଣ୍ଡର ବ୍ୟବସ୍ଥା, ବାଣିଜ୍ୟିକ ପୁସ୍ତିକା ପ୍ରସ୍ତୁତି ଏବଂ ବ୍ୟବସାୟରେ ସ୍ୱଚ୍ଛତା ଆଣିବା ପାଇଁ ନିର୍ଦ୍ଦେଶା ବଳୀ ପ୍ରସ୍ତୁତ କରିବା ସହିତ ଯୋଗାଣ ଶୃଙ୍ଖଳା ଏବଂ ମୂଲ୍ୟ ସଞ୍ଚୟ, ଆଦି କ୍ଷେତ୍ରରେ ଅନେକ ନୂତନ ପଦକ୍ଷେପର କାର୍ଯ୍ୟକାରିତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories