www.samajalive.in
Friday, December 5, 2025
26.1 C
Bhubaneswar

ନବରଙ୍ଗପୁର ଓ ଉମରକୋଟ ପୌରନିର୍ବାଚନ ପାଇଁ ୫୬ଟି ବୁଥରେ ପହଁଚିଲେ ପୁଲିଂ ପାର୍ଟି

ନବରଙ୍ଗପୁର : ନବରଙ୍ଗପୁର ଓ ଉମେରକୋଟ ପୌରପରିଷଦରେ ଗୁରୁବାର ଦିନ ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁଲିଂ ପାର୍ଟି ମାନେ ବୁଥ ରେ ପହଂଚି ସାରିଛନ୍ତି । ଚଳିତ ପୌର ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ପୌରପରିଷଦ ଅଧ୍ୟକ୍ଷ ଆସନ ପାଇଁ ୮ଜଣ ପ୍ରାର୍ଥୀ ଲଢେଇ କରୁଥିବା ବେଳେ ୩୧ଟି କାଉନ ସିଲର ଆସନ ପାଇଁ ୯୫ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ତେବେ, ଜିଲ୍ଲାରେ ସର୍ବମୋଟ ୧୦୩ଜଣ ପ୍ରାର୍ଥୀ ପାଇଁ ୪୮ହଜାର ୫୦୩ ଜଣ ଭୋଟର ମତଦାନ କରିବେ । ଚଳିତ ପୌର ନିର୍ବାଚନ ମଇଦାନରେ ନବରଙ୍ଗପୁର ପୌରପାଳିକା ପାଇଁ ୪ ଜଣ ପୌର ଅଧ୍ୟକ୍ଷ ପ୍ରାର୍ଥୀ ରହିଥିବା ବେଳେ ୧୭ଟି ୱାର୍ଡରୁ ମୋଟ ୫୦ଜଣ କାଉନସିଲର ପ୍ରାର୍ଥୀ ମଇଦାନରେ ରହିଛନ୍ତି । ନବରଙ୍ଗପୁର ପୌରପାଳିକାରେ ଥିବା ୨୯ ଟି ବୁଥରେ ମୋଟ ୨୪୭୮୫ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ନବରଙ୍ଗପୁର ପୌରପାଳିକା ନିର୍ବାଚନ ପାଇଁ ୨୪୦ ଜଣ ପୋଲିଂ କର୍ମଚାରୀ ଙ୍କୁ ନିୟୋଜିତ କରା ଯାଇଥିବାବେଳେ ସେଥି ମଧ୍ୟରୁ ୧୨୭ ଜଣ ପୋଲିଂ ଅଫିସର ଏବଂ ୩୩ଜଣ ପ୍ରିଜାଇଡିଂ ଅଫିସର (ପୁରୁଷ – ୨୮ ଓ ମହିଳା-୫) ଜଣ ରହିଛନ୍ତି । ଏହି ପୌର ନିର୍ବାଚନ ରେ ୩ଟି ପିଙ୍କ ବୁଥ ମଧ୍ୟ ରହିଛି ।

- Advertisement -

ସେହିଭଳି ଉମରକୋଟ ମୁନିସିପାଲିଟି ନିର୍ବାଚନ ପାଇଁ ୪ ଜଣ ପୌର ଅଧ୍ୟକ୍ଷ ପ୍ରାର୍ଥୀ ରହିଥିବା ବେଳେ ୧୪ ଟି ୱାର୍ଡରୁ ମୋଟ୪୫ ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି ମଇଦାନରେ । ଉମରକୋଟ ମ୍ୟୁନିସିପାଲିଟି ରେ ଥିବା ୨୭ଟି ବୁଥରେ ମୋଟ ୨୩୭୧୮ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ଉମରକୋଟ ପୌର ନିର୍ବାଚନ ପାଇଁ ୧୮୬ ଜଣ ପୋଲିଂ କର୍ମଚାରୀ ରହିଥିବା ବେଳେ ସେଥିରେ ୩୧ ଜଣ ପ୍ରିଜାଇଡିଂ ଅଫିସର ରହିଛନ୍ତି । ଏଠାରେ ମଧ୍ୟ ମହିଳା ଭୋଟର ଙ୍କ ସୁବିଧା ପାଇଁ ୩ଟି ପିଙ୍କ୍‌ ବୁଥ କରାଯାଇଥିବା ସୂଚନା ଉପଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଦେଇଛନ୍ତି କ୍। ଅନ୍ୟପଟେ ଚଳିତ ପୌର ନିର୍ବାଚନ କୁ ଶାନ୍ତିଶୃଙ୍ଖଳାର ସହ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୁଲିସ ର ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ସର୍ବମୋଟ ୫ ପ୍ଲାଟୁନ ପୋଲିସ ଫୋର୍ସ , ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୁଇ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ୬୦ ଜଣ କନଷ୍ଟେବଳ ନିୟୋଜିତ ହୋଇଥିବା ନବରଙ୍ଗପୁର ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories