www.samajalive.in
Friday, December 5, 2025
20.1 C
Bhubaneswar

ଚିକିତ୍ସା ଅବହେଳାରୁ କୋଭିଡ ରୋଗୀ ମୃତ୍ୟୁ : ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବୁର୍ଲା : ବୁର୍ଲା ଭିମାସରରେ କୋଭିଡ ଚିକିତ୍ସାରେ ଅବହେଳା ଜନିତ ମାମଲାରେ ବୁଧବାର ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ପିଟିସନ ଦାୟର କରିଥିବା ୨ ଜଣ ଆବେଦନ କାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଓ ଅନ୍ୟ ୧୧ ଜଣ ଆବେଦନ କାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବୁର୍ଲାର ପ୍ରଶାନ୍ତ କୁମାର ପୃଷେଠଙ୍କ ପରିବାର ଓ ବ୍ରଜରାଜନଗର ଜଣେ ମୁସଲମାନ ମହିଳାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଦିଲ୍ଲୀର ଆଇନ ଛାତ୍ର ଜ୍ଞାନଦତ୍ତ ଚୌହାନ ବୁର୍ଲା ମେଡିକାଲରେ କୋଭିଡ ଚିକିତ୍ସା ଜନିତ ଅବହେଳା ପାଇଁ ଏକ ମାମଲା ଦାୟର କରିଥିଲେ । ମାନ୍ୟବର ହାଇକୋର୍ଟ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀ ଏବିଏସ ନାଇଡୁଙ୍କୁ ଏହି ମାମଲାର ତଦନ୍ତ ପାଇଁ ନିଯୁକ୍ତି ଦେଇଥିଲେ। ସମ୍ବଲପୁର କୋର୍ଟ ପରିସରରେ ଏହି ମାମଲାର ଶୁଣାଣି ଚାଲିଥିଲା। ୮ ଜଣ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜିବୀ ସୁରେଶ୍ଵର ମିଶ୍ର ଏହି ମାମଲା ଲଢୁଥୁବା ବେଳେ ସ୍ୱର୍ଗତ ପ୍ରଶାନ୍ତ ପୃଷେଠଙ୍କ ପାଇଁ ତାଙ୍କ ଭାଇ ଶ୍ରୀ ପ୍ରଭାସ ପୃଷେଠ୍ ନିଜ ପକ୍ଷ ରଖିଥିଲେ।  ବଳିଷ୍ଠ ତଥ୍ୟ ପ୍ରମାଣ ଯୋଗୁଁ ଜଷ୍ଟିସ ଏବିଏସ ନାଇଡୁ ସ୍ୱର୍ଗତ ପ୍ରଶାନ୍ତ ପୃଷେଠଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ନିର୍ଦେଶ ଦେଇଥିଲେ।

ଭୀମସାର କୋଭିଡ ଆଇସିୟୁ ର ଦୃଶ୍ୟ. . . ମାସ୍କ ଫାଟି ଯାଇଥିବାରୁ ତାହାକୁ ସେଲୋ ଟେପରେ ଗୁଡେଇ ପ୍ରଶାନ୍ତ ପୃଷେଠଙ୍କୁ ପିନ୍ଧା ଯାଇଥିଲା (file pic.)

ପ୍ରଭାସ ପୃଷେଠଙ୍କୁ ଏ ବାବଦରେ ପଚାରିବାରୁ ସେ କହିଥିଲେ ବେକଳ ଅବହେଳା ନୁହେଁ ବରଂ ବୁର୍ଲା ମେଡିକାଲ କର୍ମଚାରୀଙ୍କ ଚରମ ଅବହେଳା ଯୋଗୁଁ ତାଙ୍କ ଭାଇଙ୍କ ଅସମୟରେ ମୃତ୍ୟୁ ହେଲା। ମେଡିକାଲରେ ଭର୍ତ୍ତି  କରିବାର ୪ ଦିନ ପର୍ଯ୍ୟନ୍ତ ଆରଟିପିସିଆର ରିପୋର୍ଟ ଆସିଲା ନାହିଁ। ସେ ପର୍ଯ୍ୟନ୍ତ ତାଙ୍କ ଭାଇଙ୍କୁ କୋଭିଡ ଆଇସୋଲେସନ ୱାର୍ଡରେ ରଖି କୌଣସି ଚିକିତ୍ସା କରାଗଲା ନାହିଁ। ଦିନକୁ ତିନୋଟି ସାଲାଇନ ଦେବା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ନର୍ସ ମାନେ କେବଳ ଗୋଟିଏ ସାଲାଇନ ଲଗେଇ ଚାଲି ଯାଉଥିଲେ । ସାଲାଇନ ସରି ଯିବା ପରେ ନର୍ସ ମାନଙ୍କୁ ସାଲାଇନ ବନ୍ଦ କରିବା ପାଇଁ ଯେତେ ଡାକିଲେ ମଧ୍ୟ ଆସୁନଥିଲେ। ସାଲାଇନ ସରି ଯିବା ପରେ ରକ୍ତ ଚଢିଯିବା ସତ୍ତ୍ୱେ କୌଣସି ନର୍ସ ୱାର୍ଡ ଭିତରକୁ ମଧ୍ୟ ଆସୁ ନଥିଲେ । ଯେତେବେଳେ ତାଙ୍କ ଭାଇଙ୍କ ଅବସ୍ଥା ଆହୁରି ଖରାପ ହେଲା, ଦାୟିତ୍ବରେ ଥିବା ଡାକ୍ତର ରୋଗୀକୁ ନେଇ ଉପର ମହଲାରେ ଥିବା କୋଭିଡ ଆଇସିୟୁକୁ ନେବା ପାଇଁ କହିଥିଲେ। ନର୍ସ ମାନେ କହିଲେ ଆମ ପାଖରେ ଷ୍ଟାଫ ନାହାଁନ୍ତି । ତମେ ନିଜେ ଉପରକୁ ନେଇକରି ଯାଅ। କୋଭିଡ ଆଇସିୟୁରେ ତାଙ୍କ ଭାଇଙ୍କୁ ଗୋଟିଏ ଫଟା ଅକ୍ସିଜେନ ମାସ୍କ ଲଗେଇ ଦିଆଗଲା ଯେଉଁ ଥିରୁ ଅକ୍ସିଜେନ ଲିକ୍ କରି ଯାଉଥିଲାା ତାପରେ ଡାକ୍ତର କହିଲେ ଏଠାରେ ଆଉ ଅକ୍ସିଜେନ ନାହିଁ। ଆପଣ ଅଲଗା କୌଣସି ହସପିଟାଲକୁ ରୋଗୀକୁ ନେଇ ଯାଆନ୍ତୁ। ଆରଟିପିସିଆର ନେଗେଟିଭ୍ ଆସିବା ପରେ ପ୍ରଶାନ୍ତ ପୃଷେଠଙ୍କୁ ସେଣ୍ଟ୍ରାଲ ଆଇସିୟୁ ପଠାଗଲାା ସେଠାରେ ମଧ୍ୟ ନର୍ସ ମାନେ ଗ୍ଲୋବସ, ଔଷଧ ବାହାରୁ କିଣି ଆଣିବାକୁ କହୁଥିଲେ ଯାହାକି ସଂପୂର୍ଣ୍ଣ ମାଗଣା ଦିଆଯାଉଥିଲା। ଆଇସିୟୁରେ ପ୍ରବେଶ ପାଇଁ କଟକଣା ଥିବା ବେଳେ ସବୁବେଳେ ରୋଗୀ ପରିଜନ ମାନଙ୍କୁ ଡାକି ରୋଗୀର ପରିସ୍ରା ସଫା କରିବାକୁ କୁହାଯାଉଥିଲା। ଏମିତି ଅବହେଳାରେ ରହି ଶେଷରେ ପ୍ରଶାନ୍ତ ପୃଷେଠଙ୍କ ଆରଟିପିସ୍ଆର ପଜିଟିଭ ଆସିଲା ଓ ତାଙ୍କୁ ସମ୍ବଲପୁର କୋଭିଡ ହସପିଟାଲକୁ ସ୍ତାନାନ୍ତର କରାଗଳା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଲାା

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories