www.samajalive.in
Saturday, December 6, 2025
19.1 C
Bhubaneswar

କୋହଲି, ମୀରାବାଈଙ୍କୁ ଖେଳରତ୍ନ; ୨୦ କ୍ରୀଡ଼ାବିତ୍‍ ପାଇଲେ ଅର୍ଜୁନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ଓ ବିଶ୍ୱ ଚମ୍ପିଆନ୍‍ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଗ୍ରହଣ କରିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। କୋହଲି ଓ ମୀରାବାଇ ଖେଳରତ୍ନ ପାଇଥିବା ବେଳେ ୨୦ ଜଣ କ୍ରୀଡ଼ାବିତ୍‍ଙ୍କୁ ଅର୍ଜୁନ, ୮ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ଏବଂ ଜୀବନବ୍ୟାପୀ ଅବଦାନ ପାଇଁ ୪ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଛି।
ଆଧୁନିକ କ୍ରିକେଟ୍‍ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଏବଂ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାରେ ସେ ୧ନଂରେ ରହିଛନ୍ତି। ୧୯୯୭ରେ ସଚିନ ତେନ୍ଦୁଲକର ଓ ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ମିିଳିଥିଲା। ମୀରାବାଈ ଚାନୁ ଗତବର୍ଷ ଭାରୋତ୍ତୋଳନ ବିଶ୍ୱ ଚମ୍ପିଆନ୍‍ସିପରେ ୪୮ କେଜି ବିଭାଗରେ ଏବଂ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିଲେ।
ରାଜୀବ ଗାନ୍ଧି ଖେଳରତ୍ନ: ବିରାଟ କୋହଲି (କ୍ରିକେଟ) ଓ ମୀରାବାଇ ଚାନୁ (ଭାରୋତ୍ତୋଳନ)।
ଅର୍ଜୁନ: ନୀରଜ ଚୋପ୍ରା (ଦୌଡ଼କୁଦ), ଜିନ୍‍ସନ ଜନ୍‍ସନ (ଦୌଡ଼କୁଦ), ହିମା ଦାସ (ଦୌଡ଼କୁଦ), ଏନ୍‍. ସିକ୍କି ରେଡ୍‍ଡୀ (ବ୍ୟାଡ୍‍ମିଣ୍ଟନ), ସତୀଶ କୁମାର (ବକ୍ସିଂ), ସ୍ମୃତି ମାନ୍ଧାନା (କ୍ରିକେଟ), ଶୁଭଙ୍କର ଶର୍ମା (ଗଲ୍‍ଫ), ମନପ୍ରୀତ ସିଂହ (ହକି), ସବିତା (ହକି), ରବି ରାଠୋର (ପୋଲୋ), ରାହି ସର୍ନୋୱତ୍‍ (ସୁଟିଂ), ଅଙ୍କୁର ମିତ୍ତଲ (ସୁଟିଂ), ଶ୍ରେୟସୀ ସିଂହ (ସୁଟିଂ), ମାନିକା ବାତ୍ରା (ଟେବୁଲ ଟେନିସ), ଜି. ସତ୍ୟନ୍‍ (ଟେବୁଲ ଟେନିସ), ରୋହଣ ବୋପନ୍ନା (ଟେନିସ୍‍), ସୁମିତ (କୁସ୍ତି), ପୂଜା କାଦିଆଁ (ଉଷୁ), ଅଙ୍କୁର ଧାମା (ପାରା ଦୌଡ଼କୁଦ) ଓ ମନୋଜ ସରକାର (ପାରା ବ୍ୟାଡ୍‍ମିଣ୍ଟନ୍‍)।
ଦ୍ରୋଣାଚାର୍ଯ୍ୟ: ଆଚାୟା କୁଟ୍ଟାପ୍ପା (ବକ୍ସି), ବିଜୟ ଶର୍ମା (ଭାରୋତ୍ତୋଳନ), ଏ. ଶ୍ରୀନିବାସ ରାଓ (ଟେବୁଲ ଟେନିସ), ସୁଖଦେବ ସିଂହ ପାନ୍ନୁ (ଦୌଡ଼କୁଦ), କ୍ଲାରେନ୍‍ସ ଲୋବୋ (ହକି), ତାରକ ସିହ୍ନା (କ୍ରିକେଟ), ଜୀବନ କୁମାର ଶର୍ମା (ଜୁଡୋ), ଭି.ଆର୍‍. ବିଡୁ (ଦୌଡ଼କୁଦ)।
ଧ୍ୟାନଚାନ୍ଦ: ସତ୍ୟଦେବ ପ୍ରସାଦ (ତୀରନ୍ଦାଜୀ), ଭାରତ ଛେତ୍ରୀ (ହକି), ବବି ଆଲୋସିୟସ୍‍ (ଦୌଡ଼କୁଦ), ଦାଦୁ ଚୌଗଲେ ଦତ୍ତାତ୍ରେୟ (କୁସ୍ତି)।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories