www.samajalive.in
Wednesday, December 10, 2025
15.1 C
Bhubaneswar

ପୁରଦିଆ କାକୁଡି

କାକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଶେଷ କରି ଖରାଦିନେ କାକୁଡି ଖାଇବା ଆବଶ୍ୟକ ବୋଲି କୁହାଯାଏ। ଏଥିରେ ୯୫%ଜଳ ରହିଛି। ଏହାସହ ଭିଟାମିନ ସି, ଭିଟାମିନ କେ, ମ୍ୟାଗ୍ନେସିୟମ, ପୋଟାସିୟମ, ଆଦି ରହିଛି। ଯାହା ତ୍ୱଚା ସହ କେଶ ପାଇଁ ମଧ୍ୟ ଉପକାରୀ। ତେବେ ଜାଣନ୍ତୁ କିଭଳି କାକୁଡିରେ ପ୍ରସ୍ତୁତ କରିବେ ଏକ ସ୍ୱାଦିଷ୍ଟ ପୁରଦିଆ କାକୁଡି।
ଆବଶ୍ୟକ ସାମଗ୍ରୀ
କାକୁଡି – ୪ଟି
ପନୀର – କୋରା (୨୫୦ ଗ୍ରାମ)
ସରୁ ସରୁ କଟା ହୋଇଥିବା ୧ଟି ପିଆଜ
ଟମାଟୋ – ୨ଟି (କଟା ହୋଇଥିବା)
ସିମଲା ଲଙ୍କା – ୧ଟି
କଳାଲୁଣ – ଅଳ୍ପ
ଲୁଣ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାକୁଡିକୁ ଲମ୍ବା ଆକାରରେ କାଟି ଦିଅନ୍ତୁ। ଏବେ ଚାମଚ ଦ୍ୱାରା କାକୁଡି ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏକ ପାତ୍ରରେ ପନୀର, ଟମାଟୋ, ପିଆଜ, କଳା ଲୁଣ, ଲୁଣ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କାକୁଡି ମଝିରେ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପୁରଦିଆ କାକୁଡି।

 

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories