www.samajalive.in
Wednesday, December 10, 2025
23.1 C
Bhubaneswar

ବୁରହାନ୍‍ ୱାନି ଜଣେ ସଂଗ୍ରାମୀ : ପାକିସ୍ତାନ ବିଦେଶ ମନ୍ତ୍ରୀ

ୱାଶିଂଟନ୍‍ : ପାକିସ୍ତାନ ସରକାର ଆତଙ୍କବାଦୀ ବୁରହାନ୍‍ ୱାନି ସହିତ ୨୦ଜଣଙ୍କ ଉପରେ ଡାକଟିକଟ ପ୍ରକାଶ କରିବା ଘଟଣାରେ କ୍ଷୁବ୍ଧ ଭାରତ ସରକାର ଏ ନେଇ ପାକିସ୍ତାନ ନିକଟରେ ଆପତ୍ତି ଉଠାଇବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏହାର ଜବାବ ରଖିଛନ୍ତି। ସ୍ଥାନୀୟ ପାକିସ୍ତାନ ଦୂତାବାସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳୀନୀରେ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଛନ୍ତି ଯେ ପାକିସ୍ତାନ ସହିତ ଆଲୋଚନାର ଦ୍ୱାର ଭାରତ ସରକାର ଯେତେ ବନ୍ଦ କଲେ ମଧ୍ୟ ଆମେ ଆମ ପ୍ରୟାସରୁ ଅଟକିବୁ ନାହିଁ। ଉପମହାଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବୁ। ଜୁଲାଇରେ ଘଟିଥିବା ଘଟଣାକୁ ନେଇ ଭାରତ ସରକାର ସେପ୍ଟେମ୍ବରରେ ହେବାକୁ ଥିବା ଆଲୋଚନା ବନ୍ଦ ରଖିଛନ୍ତି। ଶୁକ୍ରବାର ତିନି ପୁଲିସ କର୍ମଚାରୀଙ୍କୁ ହତ୍ୟା ଓ ବୁରହାନ୍‍ ୱାନିକୁ ସ୍ୱାଧୀନତା ସଂଗ୍ରାମୀ ଦର୍ଶାଇ ତା’ ଉପରେ ଡାକଟିକଟ ପ୍ରକାଶ କରିବା ଆଳରେ ଭାରତ ନ୍ୟୁୟର୍କରେ ପ୍ରସ୍ତାବିତ ଆଲୋଚନା ବାତିଲ କରିଛି। ଭାରତ ସରକାର ଜାଣିବା ଉଚିତ ଯେ କାଶ୍ମୀର ସ୍ୱାଧୀନତା ପାଇଁ ଶହଶହ ଲୋକ ସଂଗ୍ରାମ କରୁଛନ୍ତି; ସେମାନେ ସମସ୍ତେ ଆତଙ୍କବାଦୀ ନୁହନ୍ତି। ବୁରହାନ୍‍ ଜଣେ ସଂଗ୍ରାମୀ।
ଭାରତ ଆଲୋଚନା ପାଇଁ ଅନିଚ୍ଛୁକ; କିନ୍ତୁ ଆମର ଦ୍ୱାର ସବୁବେଳେ ଖୋଲା। ଭାରତ କାହିଁକି ସବୁବେଳେ ଆଲୋଚନା ପାଇଁ ପଛାଉଛି ତାହା ବୁଝିହେଉ ନାହିଁ। ପାକିସ୍ତାନର ଶାନ୍ତି ପ୍ରୟାସ ପ୍ରତି ଭାରତର ଆଭିମୁଖ୍ୟ ଅସ୍ପଷ୍ଟ, ନିଷ୍ପତ୍ତି ନେବାରେ ମଧ୍ୟ ଦ୍ୱନ୍ଦ୍ୱ ରହୁଛି। ଏହା ଅଣକୂଟନୈତିକ ଚିନ୍ତାଧାରା; କିନ୍ତୁ ପାକିସ୍ତାନର କଥା ଓ କାମ ସବୁବେଳେ ସ୍ପଷ୍ଟ। ଶାନ୍ତି ପ୍ରୟାସରେ ପାକିସ୍ତାନ କେବେ ପଛକୁ ହଟେ ନାହିଁ ବୋଲି ସେ କହିଛନ୍ତି। ଏ କ୍ଷେତ୍ରରେ ସୁଷମା ସ୍ୱରାଜଙ୍କ ଭାଷା କୂଟନୈତିକ ନୀତି ଆଧାରିତ ନୁହେଁ; ଜଣେ ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କର ସ୍ୱର ଅସ୍ପଷ୍ଟ ବୋଲି ସେ ଅଭିଯୋଗ କରିଛନ୍ତି। ଭାରତ କାଶ୍ମୀର ପ୍ରସଙ୍ଗରେ ସତ୍ୟକୁ ଯେତେ ଲୁଚାଇଲେ ମଧ୍ୟ ଏହା ଲୁଚିରହିବ ନାହିଁ। ଏହାଦ୍ୱାରା କାଶ୍ମୀର ପରିସ୍ଥିତିରେ ମଧ୍ୟ ଉନ୍ନତି ଆସିବ ନାହିଁ ବୋଲି କ୍ୟୁରେସୀ କହିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories