www.samajalive.in
Thursday, December 11, 2025
18.1 C
Bhubaneswar

୫ ବର୍ଷରେ ଭାରତରେ ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ

ନୂଆଦିଲ୍ଲୀ: ଆସନ୍ତା ୫ବର୍ଷ ମଧ୍ୟରେ ଭାରତରେ ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଜାପାନ। ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଶିଖର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱରେ ଭାରତର ମେକ୍‍ ଇନ୍‍ ଇଣ୍ଡିଆ ପାଇଁ ଅସୀମିତ ସମ୍ଭାବନା ରହିଛି। ଜାପାନର ବିଭିନ୍ନ୍‍ କମ୍ପାନୀ ଏଥିପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଭାରତର ପ୍ରମୁଖ ପ୍ରକଳ୍ପ ଯେପରିକି ଉତ୍ସର୍ଗୀକୃତ ଫ୍ରେଡ୍‍ କରିଡର ଏବଂ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍‍ ରେଳ ପ୍ରକଳ୍ପ ଆଦି କ୍ଷେତ୍ରରେ ଜାପାନ ଉଲ୍ଲେଖନୀୟ ସହଯୋଗ ଯୋଗାଇ ଦେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ନିରନ୍ତର ଆର୍ଥିକ ବିକାଶ ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସହସ୍ରାବ୍ଦି ବିକାଶ ଲକ୍ଷ୍ୟ ହାସଲ ପାଇଁ ଭାରତ-ଜାପାନ ସହଯୋଗର ଗୁରୁତ୍ୱ ବୃଦ୍ଧି ପାଇଛି। ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ଭାରତ-ଜାପାନ ଭାଗିଦାରୀ ଆଉ ଏକ ସଫଳ ପଦକ୍ଷେପ ବୋଲି ମୋଦୀ କହିଛନ୍ତି। ଜାପାନ ପକ୍ଷରୁ ଭାରତରେ ଏତେ ଅଧିକ ପରିମାଣର ପୁଞ୍ଜି ନିବେଶ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ବିଭିନ୍ନ ପ୍ରତିବନ୍ଧକ ଦେଇ ଗତି କରୁଛି। ଏଭଳି ସମୟରେ ଭାରତ ଏବଂ ଜାପାନର ଅଧିକ ଭାଗିଦାରୀର ଆବଶ୍ୟକତା ରହିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories