www.samajalive.in
Monday, December 8, 2025
27.1 C
Bhubaneswar

ଖଣ୍ଡୁଆଳମାଳି ସୁରକ୍ଷା ପାଇଁ ପଦଯାତ୍ରା

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପାହାଡପଦର ପଞ୍ଚାୟତରେ ଥିବା ଖଣ୍ଡୁଆଳମାଳିର ସୁରକ୍ଷା ପାଇଁ ଖଣ୍ଡୁଆଳମାଳି ସୁରକ୍ଷା ସମିତି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୮ ଓ ୨୯ ତାରିଖ ଖଣ୍ଡୁଆଳମାଳି ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ସମିତି ପକ୍ଷରୁ ପଦଯାତ୍ରା କରାଯାଇଛି। ଏହି ସମିତି ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଏକଜୁଟ କରିବ। ଯେହେତୁ ଏହି ଖଣ୍ଡୁଆଳମାଳି ଉପରେ ବହୁରାଷ୍ଟ୍ରୀୟ କମ୍ପାନୀର ଲୋଲୁପ ଦୃଷ୍ଟି ପଡିଛି। ପ୍ରକୃତି କୋଳରେ ବଞ୍ଚି ଆସୁଥିବା ଆଦିବାସୀ ଓ ଦଳିତ ଲୋକ ଜଙ୍ଗଲକୁ ଦେବତା ରୂପେ ପୂଜା କରିଥାନ୍ତି। ପାଣି, ପବନ, ଜଙ୍ଗଲ, ପାହାଡ ମଣିଷଙ୍କ ପାଇଁ ଗୋଟିଏ ଗୋଟିଏ ଦେବତା। ସେହିପରି ଏହି ଅଞ୍ଚଳ ଲୋକଙ୍କ ପାଇଁ ଖଣ୍ଡୁଆଳମାଳି ଉପରେ ଥିବା ବୁଡାରାଜା ହିଁ ସୃଷ୍ଟିକର୍ତ୍ତା ଯେଉଁଥି ପାଇଁ କାହିଁ କେଉଁ କାଳରୁ ତାହାର ବାର୍ଷିକ ପର୍ବ ପାଳନ କରି ପୂଜାର୍ଚ୍ଚନା କରିଆସୁଛନ୍ତି। ଜୀବନ ଥିବା ପର୍ଯ୍ୟନ୍ତ ଏହି ଖଣ୍ଡୁଆଳମାଳିକୁ ତାଙ୍କଠାରୁ କେହି ଅଲଗା କରିପାରିବେ ନାହିଁ। ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡୁଆଳମାଳି ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀଙ୍କ ତତ୍ୱାବଧାନରେ ଆଜିର ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ସୁରକ୍ଷା ସମିତିର ସମସ୍ତ ସଦସ୍ୟ ବିଭିନ୍ନ ଗାଁକୁ ଯିବେ। ସୁରକ୍ଷା ସମିତିର ସମ୍ପାଦକ ବ୍ରିଟିଶ କୁମାର, ଜଗଦିଶ ବେନିଆ, ବୈଦ୍ୟନାଥ ନାଏକ, କୁଞ୍ଜ ମାଝୀ, ମାଧବ ବେନିଆ, ଲୋକନାଥ ମାଝୀ, ଦେବଦାସ ନାଏକ, ମନ ମାଝୀ ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ଅଛନ୍ତି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories