ନୂଆଦିଲ୍ଲୀ: ଭାରତର ଲକ୍ଷ୍ୟ ସେନ ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନ ୨୦୨୨ର ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲ ମୁକାବିଲାରେ ସେ ବିଶ୍ୱର ଏକନମ୍ବର ଖେଳାଳି ଡେନ୍ମାର୍କର ଭିଟର ଆକ୍ସେଲ ସେନ୍ଙ୍କୁ ଭେଟିବେ। ଗତରାତିରେ ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସେ ଲିଜି-ଜା ୨୧-୧୩, ୨୧-୧୨ ଏବଂ ୨୧-୧୯ ସେଟରେ ପରାସ୍ତ କରିଛନ୍ତି। ୨୦ ବର୍ଷ ବୟସ୍କ ଲକ୍ଷ୍ୟ ସେନ-ପ୍ରକାଶ ନାଥ, ପ୍ରକାଶ ପାଦୁକୋନ ଏବଂ ପୁଲେଲା ଗୋପୀଚାନ୍ଦଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ସମୟ ପ୍ରାୟ ରାତି ସାଢ଼େ ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।
Popular Categories



