www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜାମ ଏନଏସିରେ ଷ୍ଟାର ପ୍ରଚାରକଙ୍କୁ ନେଇ ବିଶାଳ ବାଇକ ରାଲି

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ ପକ୍ଷରୁ ଜୋର ସୋର ନିର୍ବାଚନ ପ୍ରଚାର ଚାଲିଛି। ଏଠାରେ ବିଜେଡ଼ିର ଷ୍ଟାର ପ୍ରଚାରକ ସାଜିଛନ୍ତି ଅଭିନେତ୍ରୀ ଜୀନା, ଅଭିନେତା ସୁଭାଶିଷ ଶର୍ମା। ରବିବାର ଜୀନା ଓ ସୁଭାଶିଷଙ୍କ ସହ ଅଧ୍ୟକ୍ଷା ପ୍ରାର୍ଥୀ ଝୁଲି ପାତ୍ର ଏବଂ କାଉନସିଲର ପ୍ରାର୍ଥୀମାନେ ଏକ ଖୋଲା ଜିପରେ ୧୨ଟି ୱାର୍ଡରେ ମୋଟରସାଇକେଲ ରାଲିରେ ପ୍ରଚାର କରିଛନ୍ତି। ଗଞ୍ଜାମ ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀଙ୍କ ନେତୃତ୍ବରେ ଏକ ବିଶାଳ ବାଇକ ରାଲି ସହର ସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ବାହାରି ସହରାଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୁଜନତା ଦଳ ପ୍ରାଥୀ ଝୁଲି ପାତ୍ର ଏବଂ ସମସ୍ତ ବିଜେଡି କାଉନସିଲରମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଛନ୍ତି। ଏହି ଶୋଭାଯାତ୍ରାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ପଥପ୍ରାନ୍ତ ସଭା ମାଧ୍ୟମରେ ବିଜ୍ଞାପିତ ଅଂଚଳ ପରିଷଦର ବିକାଶ ନେଇ ପ୍ରତିଶୃତି ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଓଡ଼ିଶାର ବିକାଶରେ ବିଜେଡି ହିଁ ଏକ ମାତ୍ର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ।

ନଗର ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ୧୫ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସନାତନ ବେହେରା, ଯୁବନେତା ନିରଞ୍ଜନ ପରିଡା, ପୂର୍ବତନ ଏନଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକ, ଆଇନଜୀବୀ ପଙ୍କଜ କୁମାର ବାରିକ, ନଗର ସଭାପତି ପି.ରାଜୁ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ କୈଳାଶ ଚନ୍ଦ୍ର ସ୍ବାଇଁ, ବିଜେଡି ବ୍ଲକ ସମ୍ପାଦକ ଉମା ଜେନା, ପୂର୍ବତନ କାଉନସିଲର ନିରଞ୍ଜନ ରାଉଳ, ମନୋଜ କୁମାର ପଣ୍ଡା, ମଦନ ପାଢ଼ୀ, ମନୋଜ ପ୍ରଧାନ, ସୀମାଞ୍ଚଳ ସାହୁ, ସୁଦାମ ପଲାଇ, ଶଶିକାନ୍ତ ବେହେରା, ସୁରେନ୍ଦ୍ର ବେହେରା, ଅନୀଳ ବେହେରା, ଡମ୍ବରୁ ବେହେରା, ନାରାୟଣ ପାତ୍ର ପ୍ରମୁଖଙ୍କ ସମେତ ସମସ୍ତ ୱାର୍ଡର ବିଜେଡି କର୍ମୀମାନେ ଏହି ଶୋଭାଯାତ୍ରାରେ ସାମିଲ ରହିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories