www.samajalive.in
Saturday, December 6, 2025
19.1 C
Bhubaneswar

ଜନପ୍ରତିନିଧି ଅଦାଲତରେ ଓକିଲାତି କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚିତ ଜନପ୍ରତିନିଧିମାନେ ବିଭିନ୍ନ କୋର୍ଟ କଚେରିରେ ଓକିଲାତି କରିବାରେ କୌଣସି ବାଧକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜନପ୍ରତିନିଧିଙ୍କୁ ଓକିଲାତିରୁ ବାରଣ କରିବାକୁ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ ଏମ ଖାନ୍‍ୱିଲ୍‍କର ଓ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରି କହିଛନ୍ତି ଯେ ସାଂସଦ କିମ୍ବା ବିଧାୟକମାନେ ଓକିଲାତି କରିପାରିବେ ନାହିଁ ବୋଲି ବାର କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆରେ ସେଭଳି କୌଣସି ନିୟମ ନାହିଁ। ସେମାନେ ସରକାରୀଙ୍କ ସ୍ଥାୟୀ କର୍ମଚାରୀ ହୋଇନଥିବାରୁ ଅଦାଲତରେ ମାମଲା ଲଢ଼ିପାରିବେ।
ଅପରପକ୍ଷରେ ଅଶ୍ୱିନୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ଶେଖର ନାଫାଡେ କହିଛନ୍ତି ଯେ ସାଂସଦ ଓ ବିଧାୟକମାନେ ସରକାରୀ ତହବିଲରୁ ଦରମା ନେଉଛନ୍ତି। ବେତନଭୋଗୀମାନେ କୋର୍ଟରେ ମାମଲା ଲଢ଼ିପାରିବେନି ବୋଲି ଭାରତ ବାର କାଉନ୍‍ସିଲ୍‍ରେ ନିୟମ ରହିିଛି। ସେହିପରି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆସିଲେ ସାଂସଦ ଓ ବିଧାୟକମାନେ ଭୋଟ ଦେବା କ୍ଷମତା ରହିଛି। ତେଣୁ ସେମାନଙ୍କୁ ମାମଲା ଲଢ଼ିବାରୁ ବାରଣ କରାଯାଉ। ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ ଯେ ଚାକିରି କ୍ଷେତ୍ରରେ ମାଷ୍ଟର-ସର୍ଭେଣ୍ଟ(ମାଲିକ-ଚାକର) ସମ୍ପର୍କ ଥାଏ। କିନ୍ତୁ ଭାରତ ସରକାର ସାଂସଦ ମାନଙ୍କ ମାଷ୍ଟର ନୁହନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories