www.samajalive.in
Saturday, December 6, 2025
16.1 C
Bhubaneswar

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବାଙ୍କୀ: ଗୁରୁବାର ଦିନ ବାଙ୍କୀ ସ୍ୱଂୟଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ବିଭାଗ ଏବଂ ପୁରାତନ ଛାତ୍ର ସଂଘ ଆୟୋଜନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସ୍କାଉଟ୍‍ ଆଣ୍ଡ ଗାଇଡର ଦିଗ୍‍ଦର୍ଶନରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରକୁ କଟକ ସ୍ଥିତ ଜେପିଏମ୍‍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ସମସ୍ତ ସେବା ଓ ପରିଚାଳନା ଯୋଗାଇ ଦିଆଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପ୍‍ଟେନ୍‍ ବି.ପି ହୋତା ଶିବିରର ଶୁଭ ଉଦ୍ଦ୍‍ଘାଟନ କରିଥିଲେ। ଅଧ୍ୟାପକ ମନୋଜ ମହାପାତ୍ର,ସାମ୍ବାଦିକ ବଳଭଦ୍ର ପଣ୍ଡା,ଗଗନ ବିହାରୀ ମହାପାତ୍ର,ବିବେକାନନ୍ଦ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ରୋଭର ଲିଡର ଭୂପତି ଭୂଷଣ ପ୍ରଧାନ,ରେଞ୍ଜର ଲିଡର ଦେବସ୍ମିତା ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରରେ ରୋଭର ରେଞ୍ଜରର ସ୍ୱେଚ୍ଛାସେବୀ ମାନେ ଶିବିର ପରିଚାଳନରେ ସହଯୋଗ କରିଥିଲେ। ବିଭିନ୍ନ ଗ୍ରାମର ୧୪୫ଜଣଙ୍କ ଚକ୍ଷୁ ଚିକିତ୍ସା ସେବା ଯୋଗଇ ଦିଆଯାଇଥିଲା ବେଳେ ୧୮ ଜଣଙ୍କର ଚକ୍ଷୁ ଅସ୍ତ୍ରୋପ୍ରଚାର ପାଇଁ ଚିହ୍ନଟ କରାଯାଇଛି। ସମସ୍ତ ଚିହ୍ନଟ ରୋଗୀଙ୍କୁ ଆସନ୍ତା ରବିବାର ଦିନ ଅପରାହ୍ନରେ ରୋଟାରୀ ଡାକ୍ତରଖାନାକୁ ନିଆଯାଇ ସୋମବାର ଦିନ ମାଗଣାରେ ଅସ୍ତ୍ରୋପ୍ରଚାର କରାଯିବ ବୋଲି ଆୟୋଜକ ଅନୁଷ୍ଠାନରୁ ସୂଚନା ମିଳିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories