www.samajalive.in
Friday, December 5, 2025
20.1 C
Bhubaneswar

ପିଏମ୍‍ କେୟାର୍ସ ଚିଲ୍‍ଡ୍ରେନ୍‍ ଯୋଜନାରେ ୮ ହଜାରରୁ ଅଧିକ ଆବେଦନ – ସ୍ମୃତି ଇରାନୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସମୟରେ ଯେଉଁ ପିଲାମାନେ ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‍ କେୟାର୍ସ ଚିଲ୍‍ଡ୍ରେନ୍‍ ଯୋଜନା ଘୋଷଣା କରିଛନ୍ତି। ଅନ୍‍ଲାଇନ୍‍ ମାଧ୍ୟମରେ ଏହି ଯୋଜନାର ସୁଫଳ ଲାଭ କରାଯାଇ ପାରିବ। ଏହାର ଠିକଣା ହେଉଛି–pm cares for children.in। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି।

ସେ କହିଛନ୍ତି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ସେଭଳି ପିଲାମାନଙ୍କ ଆବେଦନ ଅପଲୋଡ଼ କରାଯାଉଛି। ଗତ ୧୪ ତାରିଖ ସୁଦ୍ଧା ୮ ହଜାର ୯୭୩ଟି ଆବେଦନ ଅପଲୋଡ୍‍ ହୋଇଛି। ତାହା ମଧ୍ୟରୁ ୪ହଜାର ୩୦୨ଟି ଆବେଦନ ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ସେ କହିଛନ୍ତି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଶିଶୁ ସୁରକ୍ଷା ସେବା ଯୋଜନା – ମିଶନ୍‍ ବତ୍ସ୍ୟାଳୟ ନାମକ ଏକ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରୁଛି। ଏହି ଯୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହାୟତା ପ୍ରଦାନ କରାଯିବ। ଅସୁବିଧାର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ପାଇଁ ସେହି ସହାୟତା ଦିଆଯିବ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories