www.samajalive.in
Monday, December 8, 2025
24.1 C
Bhubaneswar

ବଢୁଛି ତାତି: ୪୦ ଉପରେ ୩ ସହର, ୪୦.୫ ଡ଼ିଗ୍ରୀ ସହ ଆଜି ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ବଲାଙ୍ଗୀର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ଛଡା ଅନ୍ୟ ୨ଟି ସହରରେ ମଧ୍ୟ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ଟିଟିଲାଗଡ଼ରେ ଆଜି ଦିନ ତାପମାତ୍ରା ୪୦.୨ ଡିଗ୍ରୀ ଏବଂ ଅନୁଗୁଳରେ ୪୦.୦ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ଆଜି ୫ଟି ସହରରେ ୩୯ ଡ଼ିଗ୍ରୀ କିମ୍ବା ତା ଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ୩୯.୪, ଝାରସୁଗୁଡାରେ ୩୯.୬, ସମ୍ବଲପୁରରେ ୩୯.୦, ସୋନପୁରରେ ୩୯.୦ ଏବଂ ବୌଦ୍ଧରେ ୩୯.୦ ଡିଗ୍ରୀ ତାପମାତ୍ରା ରହିଛି। ଅନ୍ୟ ସହରଗୁଡିକ ମଧ୍ୟରେ ଭବାନୀପାଟଣାରେ ୩୮.୫, ଭଦ୍ରକ ଓ ଯାଜପୁରରେ ୩୮.୨ ଡିଗ୍ରୀ, ହୀରାକୁଦରେ ୩୮.୧, ତାଳଚେରରେ ୩୮, ସୁନ୍ଦରଗଡ଼ରେ ୩୮, କଟକରେ ୩୮, ଫୁଲବାଣୀରେ ୩୭.୮, ଭୁବନେଶ୍ୱରରେ ୩୭.୬, ଚାନ୍ଦବାଲିରେ ୩୭.୫, କେନ୍ଦୁଝରଗଡ଼ରେ ୩୬.୬, ମାଲକାନଗିରିରେ ୩୬.୫, କୋରାପୁଟରେ ୩୬.୦, ବାଲେଶ୍ୱରରେ ୩୫, ପାରଳାଖେମୁଣ୍ଡିରେ ୩୫, ଦାରିଂବାଡ଼ିରେ ୩୪.୫, ଛତ୍ରପୁରରେ ୩୪, ପୁରୀରେ ୩୩, ପାରାଦୀପରେ ୩୨.୬, ଗୋପାଳପୁରରେ ଏବଂ ୩୨.୧, ତାପମାତ୍ରା ରହିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories