www.samajalive.in
Saturday, December 6, 2025
16.1 C
Bhubaneswar

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗବନ୍ତ ମାନ – ବିଧାୟକମାନଙ୍କୁ କହିଲେ ଏହି କଥା

ଚଣ୍ଡୀଗଡ – ପଞ୍ଜାବର ମୁଖ୍ୟମନ୍ତ୍ରୀଭାବେ ଆପ୍‌ର ନେତା ଭଗବନ୍ତ ମାନ ଶପଥ ଗ୍ରହଣ କରିଛନ୍ତି । ୪୮ ବର୍ଷୀୟ ମାନ୍‌ ପଞ୍ଜାବର ଦ୍ୱିତୀୟ ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ । ପ୍ରକାଶ ସିଂ ବାଦଲ ପଞ୍ଜାବର ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ପଞ୍ଜାବର ରାଜ୍ୟପାଳ ବନବାରୀ ଲାଲ୍‌ ପୁରୋହିତ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ । ସହିଦ ଭଗତ୍‌ ସିଂଙ୍କ ପୈତୃକ ଗ୍ରାମ କଟକର କଲାଂରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ଏଠାରେ ଶପଥ ଗ୍ରହଣ କରିଥିବା କଥା କହିଛନ୍ତି ।

- Advertisement -

ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ମନରୁ ଅହଂକାର କାଢି ଦେବା ପାଇଁ ସେ କହିଛନ୍ତି । ଲୋକଙ୍କ ପାଇଁ କାମ କରିବାକୁ ସେମାନେ ନିର୍ବାଚିତ ହୋଇଛନ୍ତି ଏଥିପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି । ଆମେ ଆମ ଦେଶରେ ରହି କାମ କରିବୁ ଅନ୍ୟ ଦେଶକୁ ଯାଇ ଧକ୍କା ଖାଇବା ଦରକାର ନାହିଁ ବୋଲି ସେ କହିଛନ୍ତି । କୃଷି କାମ, ରୋଜଗାର ,ବ୍ୟାପାର, ଡାକ୍ତରଖାନା , ବିଦ୍ୟାଳୟ ସବୁ ଏହି ଠାରେ ହେବ ବୋଲି ସେ କହିଛନ୍ତି । ଦିଲ୍ଲୀରେ ଯେପରି ଉନ୍ନତମାନର ସେବା ଯୋଗାଇ ଦିଆଯାଉଛି ସେହିପରି ଏଠାରେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଉପସ୍ଥିତ ରହିଥିଲେ । ଭଗବାନ ସେମାନଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories