www.samajalive.in
Friday, December 12, 2025
27.1 C
Bhubaneswar

ମାନସିକ ଭାରସାମ୍ୟ ହରାଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ 

ବେଗୁନିଆ : ବେଗୁନିଆ କାମନା ସାହିରେ ବୁଧବାର ଜଣେ ମହିଳା ନିଜର ମାନସିକ ଭାରସାମ୍ୟ ହରାଇ ପଙ୍ଖାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି । ଆଜି ଦ୍ୱିପ୍ରହର ସମୟରେ ସନ୍ତୋଷ ପୃଷ୍ଟିଙ୍କ ପତ୍ନୀ ରଶ୍ମିତା ପୃଷ୍ଟି(୪୫) ନିଜର ମାନସିକ ଭାରସାମ୍ୟ ହରାଇ ଘରେ କେହି ନଥିବା ସମୟରେ ପଙ୍ଖାରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ସଂକ୍ରାନ୍ତରେ ସନ୍ତୋଷ ବେଗୁନିଆ ଥାନାରେ ଜଣାଇବା ପରେ ଥାନା ଏଏସଆଇ ଭୁବନ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଥିଲେ । ଥାନାରେ୪/୨୨ନଂ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories