www.samajalive.in
Friday, December 12, 2025
23.1 C
Bhubaneswar

ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ: କଟକ ଜିଲ୍ଲା ମୁଣ୍ଡଳି ସ୍ଥିତ ୩ୟ ବାଟାଲିୟନ ଅନ୍ତର୍ଗତ ଏନଡିଆରଏଫ୍‍ ପରିଚାଳନାରେ ବୁଧବାର ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡମପଡା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଉଦଘାଟନ କରି ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଏବଂ ପ୍ରସ୍ତୁତି ସହିତ ଦୁର୍ଘଟଣା ପରବର୍ତ୍ତୀ ଆଶୁ ଚିକିତ୍ସା ସମ୍ପର୍କରେ ଆବଶ୍ୟକ ଜ୍ଞାନ କୌଶଳ ସମ୍ପର୍କିତ ଆଲୋଚନା କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ, ଶିକ୍ଷକ ବିଦ୍ୟାଧର ଖଟୁଆ, ନିବେଦିତା ଜେନା, ଜ୍ୟୋତିର୍ମୟୀ ପଣ୍ଡା, ଅନ୍ନପୂର୍ଣ୍ଣା ସାହୁ, ପୁନମ କୁମାରୀ ଗୁପ୍ତା, ସ୍ୱର୍ଣ୍ଣଲତା ସାହୁ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଜ୍ୟୋତିର୍ମୟୀ ରାଉତ, ଆୟୁଶ ଅର୍ପିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗଦାଧର ପ୍ରଧାନ ଉପସ୍ଥିତ ଥିଲେ। ଏନଡିଆରଏଫ୍‍ ପକ୍ଷରୁ ଇନ୍ସପେକ୍ଟର ସୁନିଲ କୁମାର ଶାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଆଶୁ ଚିକିତ୍ସା ସେବା, ଅଗ୍ନି ନିର୍ବାପକ ସେବା ଏବଂ ବନ୍ୟା ପରିସ୍ଥିତିରେ ପ୍ରଭାବିତ ହୋଇ ଦୁର୍ଘଟଣାଗ୍ରସ୍ଥ ଓ ଗୁରୁତର ବ୍ୟକ୍ତିକୁ ଉଦ୍ଧାର କରିବା ଏବଂ ଭୂମିକମ୍ପ ଜନିତ ଶଙ୍କଟକୁ ମୁକାବିଲା କରିବା ନିମନ୍ତେ ବିଦ୍ୟାର୍ଥୀମାନଙ୍କୁ ମକ୍‍ ଡ୍ରିଲ ପ୍ରଦର୍ଶନ କରିବା ସହ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଏନଡିଆରଏଫ୍‍ ପକ୍ଷରୁ ଅନ୍ୟତମ ଅଧିକାରୀ ପ୍ରମୋଦ କୁମାର ଜେନା ଏବଂ ଅଞ୍ଜୁନା ପ୍ରଜାପତି ପ୍ରମୁଖ ସହଯୋଗ କରିଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories