www.samajalive.in
Friday, December 12, 2025
27.1 C
Bhubaneswar

‘ଦି କାଶ୍ମୀର ଫାଇଲ୍ସ’ ନାଁରେ ଠକେଇ; ସତର୍କ କଲା ପୁଲିସ

ନୋଏଡ଼ା: ବଲିଉଡ଼ ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ, ଦେଶରେ ଏହିଭଳି ଚଳଚ୍ଚିତ୍ର ନିର୍ମାଣ କରାଯିବା ଉଚିତ। ଅପରପକ୍ଷେ ଅପରାଧୀମାନେ ଏହି ଚଳଚ୍ଚିତ୍ର ନାଁରେ ଲୋକଙ୍କୁ ଠକିବା ଆରମ୍ଭ କରି ଦେଇଛନ୍ତି। ସାଇବର ଠକମାନେ ଲୋକଙ୍କୁ ମାଗଣାରେ ଏହି ଚଳଚ୍ଚିତ୍ର ଦେଖାଇବା ନାଁରେ ମୋବାଇଲ ଫୋନ୍‌ ହ୍ୟାକ୍‌ କରୁଛନ୍ତି ଓ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ନୋଏଡ଼ାର ଅତିରିକ୍ତ ଡିସିପି ଲୋକମାନଙ୍କୁ ଏପରି ଲିଙ୍କ୍‌ ପ୍ରତି ସତର୍କ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ସାଇବର ଠକମାନେ ‘ଦି କାଶ୍ମୀର ଫାଇଲ୍ସ’ର ଲିଙ୍କ୍‌ ପଠାଇ ଠକାମୀର ନୂଆ ଉପାୟ ଆପଣାଇଛନ୍ତି।

ନୋଏଡ଼ା ଜୋନର ଡିସିପି ରଣବିଜୟ ସିଂହ କହିଛନ୍ତି, ଦିଲ୍ଲୀରେ ଅନେକ ଲୋକଙ୍କ ପାଖକୁ ‘ଦି କାଶ୍ମୀର ଫାଇଲ୍ସ’ ନାଁରେ ଲିଙ୍କ୍‌ ଆସିଛି ଓ ସେମାନେ ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା। ଅପରାଧୀମାନେ ନିଃଶୁଳ୍କ ଫିଲ୍ମ ଦେଖାଇବା ନାଁରେ ମୋବାଇଲ୍‌କୁ ଲିଙ୍କ୍‌ ପଠାଉଛନ୍ତି। ଏହି ଲିଙ୍କ୍‌ ଆସିବା ପରେ ଯିଏ ଏହି ଲିଙ୍କ୍‌କୁ ଖୋଲୁଛି, ତା’ର ଫୋନ୍‌ ହ୍ୟାକ୍ ହୋଇଯାଉଛି ଓ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଏବଂ ନୋଏଡା ପୁଲିସ ଲୋକଙ୍କୁ ଏପରି ଲିଙ୍କ ଏବଂ ସାଇବର ଅପରାଧୀଙ୍କ ଶିକାର ନ ହେବାକୁ ସତର୍କ କରାଇଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories