ଗଞ୍ଜାମ: ଗଞ୍ଜାମ ସହରରେ ହେବାକୁ ଥିବା ଐତିହାସିକ ଦୋଳଯାତ୍ରା ଅବସରରେ ବୁଧବାର ଦିନ ସାହି ଯାତ୍ରା ଅନୁଷ୍ଠିତ ହେଉଛି। ଏଥିପାଇଁ ଗଞ୍ଜାମ ସହର ସମେତ ଏହାର ଆଖପାଖ ଅଂଚଳ ଏବେ ଚଳ ଚଞ୍ଚଳ ସହିତ ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସାହିରେ ସୁସଜ୍ଜିତ ଆଲୋକ ମାଳା ବର୍ତମାନ ଯାତ୍ରାର ଶୋଭାକୁ ଦ୍ବିଗୁଣିତ କରିଛି। ଯାତ୍ରା ପାଇଁ ଆସୁଥିବା ସମସ୍ତ ସାହିରେ ସାହି ଯାତ୍ରା ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି।
ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅଞ୍ଚଳରୁ ନୃତ୍ୟ ଦଳ ଆସି ପହଁଚି ଥିବା ବେଳେ ବେଲୁନ ବେପାରୀମାନେ ଦୁଇ ଦିନ ହେଲା ସହରରେ ଭିଡ଼ ଜମେଇ ସାରିଲେଣି। ପୁଲିସ ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦବସ୍ତ ହୋଇଛି। ଏହି ସାହି ଯାତ୍ରାରେ ପ୍ରତେକ ସାହିରେ ରାତି ତମାମ ବିଭିନ୍ନ ନାଟକ ପରିବେଷଣ ହେବ। ପ୍ରତେକ ସାହି ଠାକୁର ସେହି ସାହିରେ ହିଁ ରାତି ସାରା ବସି ପୂଜା ପାଇବେ। ଗୁରୁବାର ପୂର୍ବାହ୍ନରେ ସାହି ଯାତ୍ରା ଶେଷ ହେବ।



