www.samajalive.in
Thursday, December 11, 2025
13.1 C
Bhubaneswar

ଧାନ କ୍ରୟରେ ଅନିୟମିତତା ଅଭିଯୋଗ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବାଙ୍କୀ: ବାଙ୍କୀ ଉପଖଣ୍ଡର ବିଭିନ୍ନ ପଞ୍ଚାୟତରେ କୃଷି ସେବା ସମବାୟ ସମିତି ଅଧିନରେ ମଣ୍ଡିରେ ଧାନ କିଣାଯାଉଛି। ବହୁ ମଣ୍ଡିରେ ମିଲରମାନେ ଧାନ କିଣିବାରେ ଟାଳଟୁଳ ଏବଂ ସେବା ସମବାୟ ସମିତିମାନଙ୍କରେ ସହଯୋଗର ପାତର ଅନ୍ତର ନୀତି ଯୋଗୁ ଧାନ କିଣା ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନହେବାରୁ ଚାଷୀମାନେ କ୍ଷତି ସହୁଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ବ୍ଲକ ପୁଇଁଚା ପଣ୍ଡାଳମ ଅଧିନ ପାଣିକୋରଡ ସେବା ସମବାୟ ସମିତିର ଧାନ କ୍ରୟ କରିବାରେ ଅନିୟମିତତା ହୋଇଥିବାରୁ ଅମୂଲ୍ୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବହୁ ଚାଷୀ ବୁଧବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପାଣିକୋରଡ ସେବା ସମବାୟ ସମିତିରେ ମଣ୍ଡିରେ ଧାନ କିଣିବାକୁ ପଦକ୍ଷେପ ନେବା ପାଇଁ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଶତାଧିକ ଚାଷୀ ଧାନ ମଣ୍ଡିରେ ଦେବାପାଇଁ ଟୋକନ ପାଇଥିଲେ ମଧ୍ୟ ଧାର୍ଯ୍ୟ ଦିନ ଚାଲିଯାଇଥିବାରୁ ମଣ୍ଡିରେ ଧାନ ଦେଇପାରିନାହାଁନ୍ତି। ଏ ସମ୍ପର୍କରେ ଚାଷୀମାନେ ବାଙ୍କୀ ସହକାରୀ ନିବନ୍ଧକ ସମବାୟ ସମିତିଙ୍କ ଦୃଷ୍ଟିଗୋଚର କରିଥିଲେ ମଧ୍ୟ କିଛି ଫଳ ମିଳୁନଥିବା ଅଭିଯୋଗ ଆଣୁଛନ୍ତି। ଏହି ସମିତିରେ ପାଣିକୋରଡ ଏବଂ ଗହୀରଗାଡିଆ ଚାଷୀମାନଙ୍କ ଠାରୁ ଧାନ କିଣାଯିବାର ବ୍ୟବସ୍ଥା ଥିଲା ବେଳେ ସେବା ସମବାୟ ସମିତି ସମ୍ପାଦକ ନିଜ ମନମାନିରେ ନିର୍ଦ୍ଦିଷ୍ଟ ଗାଁରୁ ଧାନ କିଣୁଥିବା ସ୍ମାରକ ପତ୍ରରେ ଉଲ୍ଲେଖ କରି ସେବା ସମବାୟ ସମିତିର ଶୃଙ୍ଖଳା ଦୃଷ୍ଟିରୁ ସମ୍ପାଦକଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ଦାବୀ କରିଛନ୍ତି। ସେହିପରି ଯଥାଶୀଘ୍ର ଚାଷୀମାନଙ୍କ ଠାରୁ ବଳକା ଧାନ କିଣିବାକୁ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି। ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକରାଗଲେ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଚାଷୀମାନେ ଧାରଣାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିବା ପାଇଁ ଚେତାବନୀ ଦେଇଛନ୍ତି। ବାଙ୍କୀ ସହକାରୀ ନିବନ୍ଧକ ଦେବୀପ୍ରସନ୍ନ ସ୍ୱାଇଁ ଖବର ପାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ଦେଲାପରେ ଚାଷୀମାନେ ଧାରଣାରୁ ହଟିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories