www.samajalive.in
Tuesday, December 9, 2025
26.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟର ରସାୟନ ବିଭାଗର ପାଠଚକ୍ର

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟରେ ରସାୟନ ବିଭାଗର ଏକ ପାଠଚକ୍ର ବୁଧବାର ଦିନ ଅଡିଟୋରୀୟମ ହଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ଃ.ସନ୍ତୋଷ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ମଲିକୁଲାର ସ୍ପେଟ୍ରୋସ୍କୋପି’ ବିଷୟରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପକ ପୁରୁଷୋତ୍ତମ ସାହୁ, ଡ଼ଃ.ଦୁର୍ଗାପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଡ଼ଃ.ସ୍ଵର୍ଣମୟୀ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷ ବର୍ଷର ଛାତ୍ରୀ ସୁଭଦ୍ରା ପ୍ରିୟଦର୍ଶିନୀ ଓ ଦ୍ୱିତୀୟ ବର୍ଷର ଛାତ୍ର ସ୍ୱାଧୀନ ଡାକୁଆ ନିଜ ନିଜର ସନ୍ଧର୍ବ ଉପସ୍ଥାପନ କରିଥିଲେ। ଅଧ୍ୟାପକ ନିଗମ କୁମାର ସ୍ୱାଇଁ ଓ ରୋହିତ କୁମାର ସାହୁ ପାଠଚକ୍ର ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ତୃତୀୟ ବର୍ଷର ଛାତ୍ର ସୈମ୍ୟରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗୀୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ।

Hot this week

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

Related Articles

Popular Categories