www.samajalive.in
Monday, December 15, 2025
16.1 C
Bhubaneswar

ଜେଏନ୍‌ୟୁର ଆଉ ଦୁଇ ପ୍ରଫେସରଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଆଉ ଦୁଇ ଜଣ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିଛି । ଜେଏନୟୁର ସେଣ୍ଟର ଫର ସାଉଥ ଏସିଆନ (ଦକ୍ଷିଣ ଏସିଆ) ଷ୍ଟଡିଜ୍‌ର ଜଣେ ପିଏଚ୍‌ଡି ଛାତ୍ରୀ ସେହି ବିଭାଗର ୨ ପ୍ରଫେସରଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି । ଏନେଇ ଛାତ୍ରୀ ଜଣକ ଜାନୁଆରୀ ୮ରେ ଭାଇସ ଚାନ୍ସେଲର ପ୍ରଫେସର ଏମ୍‌ ଜଗଦିଶ କୁମାର, ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ ସମିତି (ଆଇସିସିସି)ର ସଭାପତି ବିଭା ଟଣ୍ଡନକୁ ସାକ୍ଷାତ କରି ୨ ପ୍ରଫେସରଙ୍କ ବିରୋଧରେ ଲିଖିତ ଭାବେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ଛାତ୍ରୀ ଜଣକ ନିଜ ଅଭିଯୋଗପତ୍ରରେ ପ୍ରଫେସର ଦ୍ୱୟଙ୍କୁ ନିଲମ୍ବନ କରିବା ସହ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ଏହି ଦୁଇ ପ୍ରଫେସର ସେଣ୍ଟର ଫର ଏସିଆନ ଷ୍ଟଡିଜର ଇଣ୍ଟରଭ୍ୟୁ (ସାକ୍ଷାତକାର) ପ୍ୟାନେଲରେ ଅଛନ୍ତି । ପ୍ରଫେସର ଦ୍ୱୟ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ କହିଛନ୍ତି । ପ୍ରଫେସର ଦ୍ୱୟ କହିଛନ୍ତି ଯେ ଛାତ୍ର ଜଣକ ୪ ବର୍ଷ ହେବ ନିଜ ପିଏଚ୍‌ଡି ଥେସିସି ଜମା କରିନଥିଲେ । ତାଙ୍କୁ କ୍ୟାମ୍ପସ ଛାଡ଼ି ବାହାରକୁ ଯିବାକୁ କୁହାଯିବା ପରେ ସେ ଏଭଳି ଅଭିଯୋଗ ଆଣିଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories