www.samajalive.in
Sunday, December 14, 2025
26.1 C
Bhubaneswar

୨ଟି ପତ୍ନୀ ଥିବା ଫାର୍ମାସିଷ୍ଟଙ୍କ ଘରେ ଭିଜଲାନସ୍ ଚଢଉ, ଆର୍ୟ ବର୍ହିଭୂତ ସମ୍ପତି ଜବତ

ନବରଙ୍ଗପୁର: ରାଇଗର ବ୍ଲକରେ ଥିବା ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାମ କରୁଥିବା ବଳରାମ ବେହେରାଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଫାର୍ମାସିଷ୍ଟଟଙ୍କ ୨ଜଣ ପତ୍ନୀ ଥିବା ଜଣା ପଡିଛି  ପତ୍ନୀଙ୍କ ସହ ଦୁଇ ପୁଅ ଚାକିରି କରୁଥିବା ବେଳେ ଗୋଟିଏ ପୁଅ ବ୍ୟବସାୟ କରୁଛି । ବଳରାମଙ୍କ ପ୍ରଥମ ପତ୍ନୀ ଏଏନ୍‌ଏମ୍‌ ଥିବା ବେଳେ ଦ୍ୱିତୀୟ ପତ୍ନୀ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି । ତାଙ୍କ କେଦାରଭଟ୍ଟାରେ ଦୁଇ ମହଲା ବିଶିଷ୍ଟ ତିନୋଟି ଘର ଅଛି । ୧୦ଟି ଘର ଭଡା ଦିଆଯାଇଛଇ । ଏକ ମାର୍କେଟ କମ୍ପ୍ଲେକ୍ସରେ ୬ଟି ଦୋକାନ ଘର ଅଛି ୪ଟି ପ୍ଲଟ ରହିଛି  । ଗୋଟିଏ ଟାଟା ସଫାରୀ ଗାଡି ସହ ୪ ଟି ଦୁଇ ଚକିଆ ଯାନ ରହିଛି । ୧୩୫ ଗ୍ରାମ ସୁନା,  ୪ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ ଜମା ରାଶି ରହିଛି ।

ସନ୍ଧ୍ୟା ସୁଦ୍ଧା ଚଢଉ ଜାରି  ରହିଥିଲା । ଚଢଉ ପରେ ବଳରାମଙ୍କ ମୋଟ ସମ୍ପତ୍ତି ପରିମାଣ ଜଣା ପଡିବ ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories