www.samajalive.in
Saturday, December 6, 2025
23.1 C
Bhubaneswar

ରାମ ମନ୍ଦିର ମାମଲା: ୨୮ରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ : ବାବ୍ରି ମସ୍‍ଜିଦ-ରାମ ମନ୍ଦିର ଜମି ବିବାଦ ମାମଲା ସମ୍ବନ୍ଧରେ ମୁସଲମାନ ଆବେଦନକାରୀଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୮; ଅର୍ଥାତ୍‍ ଶୁକ୍ରବାର ଚୂଡାନ୍ତ ରାୟ ପ୍ରକାଶ କରିବାର ସମ୍ଭାବନା ରହିଛି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ୨୦୧୦ରେ ଦେଇଥିବା ରାୟ ବିରୋଧରେ କେତେକ ଆବେଦନ କରାଯାଇଛି। ସେଗୁଡିକର ଶୁଣାଣି ସୁପ୍ରିମକୋର୍ଟଙ୍କର ଏକ ବୃହତ୍‍ ପୀଠଙ୍କ ଦ୍ୱାରା କରାଇବାକୁ କେତେକ ମୁସଲମାନ ଆବେଦନ କରିଛନ୍ତି। ଏହା ଉପରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ପୀଠ ବିଚାର କରୁଛନ୍ତି। ଆବେଦନକାରୀଙ୍କ ଦାବିକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଅଶୋକ ଭୂଷଣ ଏବଂ ଏସ୍‍. ଅବଦୁଲ୍ଲା ନାଜିରଙ୍କ ପୀଠ ଏହି ଆବେଦନକୁ ସାମ୍ବିଧାନିକ ପୀଠ ନିକଟକୁ ପଠାଯିବ କି ନାହିଁ ସେ ସମ୍ବନ୍ଧରେ ନିଷ୍ପତ୍ତି ନେବେ। ପୀଠ ଜୁଲାଇ ୨୦ରେ ଏହି ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories