www.samajalive.in
Sunday, December 7, 2025
23.1 C
Bhubaneswar

ଆରଡି ପୀଠରେ ଜୟଦୁର୍ଗାଙ୍କ ଷୋଳପୂଜା ପାଇଁ ପ୍ରସ୍ତୁତି ବୈଠକ

ଆରଡି : ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ମା ଜୟଦୁର୍ଗାଙ୍କ ଷୋଳପୂଜା ଆସନ୍ତା ଅକ୍ଟୋବର ୨ ଅର୍ଥାତ ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପ୍ରର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଗତ ରବିବାର ଅର୍ଥାତ ଅନନ୍ତବ୍ରତ ଅବସରରେ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଷୋଳପୂଜା ସେବାକାରୀ, ପାଳିଆ ସେବାୟତଙ୍କ ସହ ମନ୍ଦିରର ବହୁ ସେବାୟତ ଉପସ୍ଥିତ ରହି ମାଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ଉପରେ ଆଲୋଚନା କରିଥିଲେ। ବିଶେଷକରି ମାଁଙ୍କର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶରେ ସଜ୍ଜିତ କରାଯିବା ସହ ଘଟ ଉତ୍ତୋଳନ, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା ଆଦି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପୂର୍ବରୁ ମାଁଙ୍କ ମନ୍ଦିରକୁ ସଫେଇ କରାଯିବା ସହ ରଙ୍ଗକାର ସେବାୟତଙ୍କ ପକ୍ଷରୁ ମନ୍ଦିର ମୁଖଚାଳି, ପୂଜାମଣ୍ଡପ, ସିଂହଦ୍ୱାର, ଗମ୍ଭୀରଘର ଆଦି ରଙ୍ଗ କରାଯିବ ବୋଲି ସ୍ଥିର କରାଯାଇଥିଲା। ତାହାସହ ପୂଜାମଣ୍ଡପକୁ ରଙ୍ଗିନ ତୋରଣ ଓ ଆଲୋକମାଳାରେ ସଜ୍ଜିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ପୂଜା ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଅନୁଷ୍ଠିତ ହବାସହ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତର ଓ ବାହର ବେଢାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories