www.samajalive.in
Thursday, December 11, 2025
16.1 C
Bhubaneswar

ଧାମରାକୁ ଶିଳ୍ପ କ୍ଷେତ୍ରରେ ପରିଣତ କରାଯିବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଧାମରା: ଧାମରାରେ ଦ୍ରୁତ ଶିଳ୍ପାୟନ କରିବା ବିଜେପି ସରକାରର ମୂଳ ଲକ୍ଷ୍ୟ। ଧାମରାକୁ ବିଶ୍ୱ ଦରବାର ସହ ପୁନଶ୍ଚ ଯୋଡାଯାଇ ଶିଳ୍ପ କ୍ଷେତ୍ରରେ ପରିଣତ କରିବାକୁ ବିଜେପି ସରକାର ପ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଧାମରାରେ ୮ବର୍ଷରେ ପଦାର୍ପଣ କରିଥିବା ମା’ ଧାମରାଇ ବୋଇତ ବନ୍ଦାଣ ଉତ୍ସବରେ ଶୁକ୍ରବାର ମୁଖ୍ୟ ଅତିଥିଭାବେ ଉପ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହା କହିଥିଲେ। ଉଦଘାଟକ ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସ୍ୱତନ୍ତ୍ର ଅତିଥି ଭାବେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ସମ୍ମାନିତ ଅତିଥିଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ବୋଇତ ବନ୍ଦାଣ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଧାମରାଇ ମଣ୍ଡଳର ସଭାପତି ଦେବେନ୍ଦ୍ର ନାୟକ ସଭାପତିତ୍ଵ କରିଥିଲେ। ବୋଇତ ବନ୍ଦାଣ କମିଟି ସଂପାଦକ ପାପା ଜେନା, ସଭାପତି ତ୍ରିଦିବେଶ ପ୍ରଧାନ, କମଳା ସୂତାର, ଉପେନ୍ଦ୍ର ରାଉଳ, ବାଣୀ କଲ୍ୟାଣ ମହାନ୍ତି, ଅଜୟ ନାୟକ, ପୂର୍ଣ୍ଣ ପାଣି, ଅଭିମନ୍ୟୁ ରାଉତ, କାହ୍ନୁ ଚରଣ ବେହେରା, ବିପିନ ବେହେରା, ଚନ୍ଦ୍ର ଶେଖର ଜେନା, ଧାମରା ପଂଚାୟତର ବିଜେପି ସଭାପତି ପ୍ରଦ୍ୱୀପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଚାନ୍ଦବାଲିରୁ ୭ ସାଧବ ଏକ ସୁସଜ୍ଜିତ ବୋଟରେ ଆସି ଧାମରାଇ ମନ୍ଦିର ନିକଟରେ ପହଂଚିବା ପରେ ସେମାନଙ୍କୁ ଅଭ୍ୟର୍ଥନା କରି ସଭା ସ୍ଥଳକୁ ପାଛୋଟି ଅଣାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories