www.samajalive.in
Saturday, December 13, 2025
26.1 C
Bhubaneswar

ଡାଳିମ୍ବ ଚୋପାକୁ ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ : ଏହା କୌଣସି ଔଷଧୀରୁ କମ୍‍ ନୁହେଁ

ଏହା ପ୍ରାୟ ଆମେ ସମସ୍ତେ ଜାଣନ୍ତି ଯେ ଡାଳିମ୍ବ ଆମ ଶରୀର ପାଇଁ ଖୁବ୍‍ ଉପକାରୀ। ଡାଳିମ୍ବରେ ପ୍ରଚୁର ମାତ୍ରାରେ ଭିଟାମିନ ରହିଛି ଯାହାକୁ ଖାଇଲେ ଦେହରେ ରକ୍ତ ସୃଷ୍ଟି ହୋଇଥାଏ।
ତେବେ ସାଧାରଣତଃ ଆମେ ଡାଳିମ୍ବ ଖାଇ ତା’ର ଚୋପାକୁ ଫୋପାଡ଼ି ଦେଇଥାଆନ୍ତି। ହେଲେ ଏହା ଖୁବ୍‍ କମ୍‍ ଲୋକ ଜାଣନ୍ତି ଯେ ଡାଳିମ୍ବ ଚୋପା ମଧ୍ୟ ବହୁତ ଉପକାରୀ ଓ ଏହାର ବହୁ ଔଷଧୀୟ ଗୁଣ ରହିଛି। ତେବେ ଚାଲନ୍ତୁ ଜାଣିବା ଡାଳିମ୍ବ ଚୋପାର ଉପକାରୀତା ବିଷୟରେ –

– ଯଦି ମୁହଁର ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତେବେ ଡାଳିମ୍ବ ଚୋପାକୁ ଭାଜି ଦିଅନ୍ତୁ ପରେ ତାକୁ ଥଣ୍ଡା କରି ଗୁଣ୍ଡ କରି ଦିଅନ୍ତୁ । ଏହି ପାଉଡରକୁ ଗୋଲାପ ଜଳ ଓ କ୍ଷୀର ସହିତ ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଗଲେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହି ପ୍ୟାକକୁ ଲଗାଇଲେ ମୁଖ ଚର୍ମର କୁଞ୍ଚିତପଣକୁ ମଧ୍ୟ ରୋକି ପାରିବେ ।
– ଶୁଷ୍କ ତ୍ୱଚାପାଇଁ ମଧ୍ୟ ଡାଳିମ୍ବର ଚୋପା ଲାଭକାରୀ । ଅତ୍ୟଧିକ ଖରା ଓ ପରିଶ୍ରମ ଫଳରେ ଆପଣଙ୍କ ତ୍ୱଚାର ନମନିୟତା କମିଯାଇଥାଏ । ଡାଳିମ୍ବ ଚୋପା ପାଉଡ଼ରରେ ଦହି ମିଶାଇ ଲଗାଇଲେ ସୁଫଳ ମିଳିଥାଏ ।
– କେଶ ଝଡିବା ଓ ରୂପି ହେବା ସାଧାରଣ କଥା । ସମସ୍ତଙ୍କର ଏହି ସମସ୍ୟା ଥାଏ । କେଶ ଝଡିବାରୁ ମୁକ୍ତି ପାଇବା ପାଇଁ ଓ ଘନ ବନାଇବା ପାଇଁ ଡାଳିମ୍ବ ପାଉଡରକୁ ଆପଣଙ୍କ ମନ ପସନ୍ଦର ତେଲ ସହ ମିଶାଇ ମୁଣ୍ଡରେ ମାଲିସ କରନ୍ତୁ । ଦୁଇ ଘଣ୍ଟା ପରେ ଧୋଇ ଦିଅନ୍ତୁ ।
– ଯାହା ଶରୀରରେ କୋଲେଷ୍ଟିରଲର ପରିମାଣ ଅଧିକ ଥାଏ । ସେମାନେ ଡାଳିମ୍ବ ପାଉଡରକୁ ପାଣିରେ ମିଶାଇ ପିଇଲେ ସେମାନଙ୍କ କୋଲେଷ୍ଟିରଲର ମାତ୍ରା କମିଥାଏ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories