www.samajalive.in
Saturday, December 13, 2025
27.1 C
Bhubaneswar

ବେଗୁନିଆ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଣ୍ଡଗୋଳ, ୧୪୪ଧାରା ଜାରି

ବେଗୁନିଆ: ବେଗୁନିଆ ବ୍ଲକରେ ଥିବା ଅଧ୍ୟକ୍ଷ ନିର୍ବାଚନରେ ସାରୁଅ ପଞ୍ଚାୟତର ସମିତି ସଭ୍ୟ ଲଷ୍ମୀଧର ସୁବୁଦ୍ଧି ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ବନ୍ଦୀଙ୍କ ନିକଟରୁ ୧୧/୧୦ ଭୋଟରେ ବିଜୟୀ ହୋଇଛନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ଗୋଟିଏ ଗୋଷ୍ଠୀର ଲୋକମାନେ ବ୍ଲକ ଆଗରେ ଗଣ୍ଡଗୋଳ କରିଥିବା ବେଳେ ବ୍ଲକ ଭିତରେ ଏବଂ ବାହାରେ ଥିବା ୩ଟି କାରକୁ ଭାଙ୍ଗି ଓଲଟାଇ ଦେଇଥିଲେ।

ଏପରିକି ଗୋଟିଏ ଗୋଷ୍ଠୀର୧୧/୧୨ଜଣ ସମିତି ସଭ୍ୟ ବ୍ଲକ ଭିତରେ ସୁରକ୍ଷା ଦୃଷ୍ଟିରୁ ୩ ଘଣ୍ଟା ଅଟକ ରହିବା ପରେ ସାରୁଅ ଠାରେ ନୂତନ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଲୋକମାନେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାଶ୍ୱରେ ବହୁ ଗାଡି ମୋଟର ଅଟକି ରହିବା ଯୋଗୁଁ ଲୋକମାନେ ବହୁତ ହଇରାଣ ହରକତ ହୋଇଥିଲେ। ଅନ୍ୟପଟେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଏକ ପ୍ଲାଟୂନ ଫୋର୍ସ ମଗାଇ ଅଟକ ସମିତି ସଭ୍ୟମାନଙ୍କୁ ସୁରକ୍ଷା ଦେଇ ସାରୁଅରେ ନେଇ ଛାଡିବା ପରେ ଲୋକମାନେ ରାସ୍ତା ରୋକରୁ ଉଠିଯାଇଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ଲକ ନିର୍ବାଚନ ଅଧିକାରୀଙ୍କ ସୁପାରିଶ କ୍ରମେ ଗତ ସନ୍ଧ୍ୟା ସମୟରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବେଗୁନିଆ ବଜାର ଏବଂ ତାହାର ଆଖ ପାଖ ଅଞ୍ଚଳରେ୧୪୪ ଧାରା ଲାଗୁ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ୮ ଜଣରୁ ଅଧିକ ବ୍ୟକ୍ତି କୌଣସି ଜାଗାରେ ଏକତ୍ରିତ ହୋଇପାରିବେ ନାହିଁ। ସଭା ସମିତି କିମ୍ବା ଆନ୍ଦୋଳନ ମଧ୍ୟ କରିପାରିବେ ନାହିଁ। ଗତ ସନ୍ଧ୍ୟା ସୁଦ୍ଧା ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଭଙ୍ଗା ଗାଡିଗୁଡିକ ପୁଲିସ ନେଇ ବାଘମାରୀ ଥାନାରେ ରଖିଛି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories