www.samajalive.in
Sunday, December 14, 2025
14.1 C
Bhubaneswar

ଟିଟିଲାଗଡ଼ ବ୍ଳକ ଅଧ୍ୟକ୍ଷା ନିର୍ବାଚିତ ହେଲେ ସଂଯୁକ୍ତା

ଟିଟିଲାଗଡ଼ : ଟିଟିଲାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଆଜି ଧାର୍ୟ୍ୟ ମତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି  । ପୂର୍ବରୁ ମନିଗାଁ ପଞ୍ଚାୟତରୁ ନିର୍ଦ୍ବନ୍ଦରେ ଶାସକ ବିଜେଡ଼ି ଦଳ ସମର୍ଥିତ ସମିତି ସଭ୍ୟ ଭାବରେ ନିର୍ବାଚିତ ସଂଯୁକ୍ତା ନାୟକ ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦ ହାସଲ କରିଛନ୍ତି । ନିର୍ବାଚନ ପୂର୍ବରୁ ସ୍ଥାନୀୟ ବିଜେଡି କାର୍ୟ୍ୟାଳୟ ଠାରେ ବ୍ଳକର ନିର୍ବାଚିତ ୨୩ ଜଣ ସମିତି ସଭ୍ୟ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଦୀର୍ଘ ସମୟ ଧରି ବିଚାର ବିମର୍ଶ କରିଥିଲେ । ମନ୍ତ୍ରୀ ସଂଯୁକ୍ତାଙ୍କ ନାମରେ ମୋହର ମାରିଥିଲେ ।  ପରେ ୨୩ ଜଣ ସମିତି ସଭ୍ୟ ଏକା ସାଙ୍ଗରେ ବ୍ଳକ କାର୍ୟ୍ୟାଳୟରେ ପହଂଚିଥିଲେ  । ସଂଯୁକ୍ତା ବ୍ଳକ ନିର୍ବାଚନ ଅଧିକାରୀ ତଥା ବଲାଙ୍ଗୀର ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ ତନ୍ତୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ  । ପ୍ରାର୍ଥୀ ପତ୍ର ଯାଞ୍ଚ, ପ୍ରତ୍ୟାହାରର ସମୟ  ପରେ ରଣାଙ୍ଗନରେ ରହିଥିବା ଏକ ମାତ୍ର ଅଧ୍ୟକ୍ଷ ପ୍ରାର୍ଥୀନୀ ସଂଯୁକ୍ତାଙ୍କୁ ବିଜୟୀ ଘୋଷଣା କରିଥିଲେ  । ବ୍ଳକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁରଥ ସାହୁ, ବରିଷ୍ଠ କିରାଣୀ ଗୋପାଳ ଦାଶ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories