www.samajalive.in
Sunday, December 7, 2025
26.1 C
Bhubaneswar

ଅମ୍ରିତା କାଡ୍ରାକା ସମିତି ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ

କଲ୍ୟାଣସିଂହପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଦୁଇଟି ଜିଲାପରିଷଦ ପ୍ରାର୍ଥୀ ନିର୍ବାଚିତ ହେବାପରେ ଗତକାଲି ନାଏବ ସରପଞ୍ଚ ନିର୍ବାଚନ କରାଯାଇଥିଲା ।ତାହା ଆଜି ସମିତି ଅଧ୍ୟକ୍ଷା ପଦବୀପାଇଁ ପ୍ରାର୍ଥୀ ଚୟନ କରି ନାମାଙ୍କନ ପତ୍ର ଦାଖଲ କରିଥିଲେ । ୧୪ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କୁ ନେଇ ଅଧକ୍ଷା ପଦବୀ ପୂରଣ କରାଯାଇଛି ।ଏଥିରେ ୮ ଟି ସମିତି ବିଜେଡି ସମର୍ଥକ,୪ଟି କଂଗ୍ରେସ ଓ ୨ଟି ବିଜେପି ସମର୍ଥକ ପ୍ରାର୍ଥୀ ରହିଥିଲେ ।ଏଥିରେ ବିଜେଡି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀନୀ ଅମ୍ରିତା କାଡ୍ରାକା ନାମାଙ୍କନ ପତ୍ର ଦାଖଲ କରିଥିଲେ ।କିନ୍ତୁ ଅନ୍ୟ କୌଣସି ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିନଥିଲେ ।ଯାହାଫଳରେ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁଧାକର ରଇତ ବିଜୟୀ ଘୋଷଣା କରିଛନ୍ତି ।,ଜିପିଓ ମାନସ ରଞ୍ଜନ ପ୍ରଧାନ, ଏବିଡ଼ିଓ ବଳରାମ ପାତ୍ର ,ଥାନା ଅଧିକାରୀ ସୁକୁମା ହଂସୁଦା ପ୍ରମୁଖ ଉପସ୍ଥିତ ଥିଲେ । ଏହି ନିର୍ବାଚନ କିପରି ଶାନ୍ତିଶୃଙ୍ଖଳା ଭାବେ ହେବ ବୋଲି ପୁଲିସ ମୁତୟନ କରାଯାଇଥିଲା । ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି ।ବାଜାବାଜଣା ,ବାଣ ଶଙ୍ଖ ବଜାଇ ନିର୍ଦ୍ୱନ୍ଦରେ ନିର୍ବାଚିତ ସମିତି ଅଧ୍ୟକ୍ଷା ଅମ୍ରିତା କାଡ୍ରାକାଙ୍କୁ ଦଳୀୟ କର୍ମୀ ନେତା ବିରାଟ ଶୋଭାଯାତ୍ରା କରିଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories