ଟିଟିଲାଗଡ଼ ବ୍ଳକ ଅଧ୍ୟକ୍ଷା ନିର୍ବାଚିତ ହେଲେ ସଂଯୁକ୍ତା
ଟିଟିଲାଗଡ଼ : ଟିଟିଲାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଆଜି ଧାର୍ୟ୍ୟ ମତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ମନିଗାଁ ପଞ୍ଚାୟତରୁ ନିର୍ଦ୍ବନ୍ଦରେ ଶାସକ ବିଜେଡ଼ି ଦଳ ସମର୍ଥିତ ସମିତି ସଭ୍ୟ ଭାବରେ ନିର୍ବାଚିତ ସଂଯୁକ୍ତା ନାୟକ ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦ ହାସଲ କରିଛନ୍ତି । ନିର୍ବାଚନ ପୂର୍ବରୁ ସ୍ଥାନୀୟ ବିଜେଡି କାର୍ୟ୍ୟାଳୟ ଠାରେ ବ୍ଳକର ନିର୍ବାଚିତ ୨୩ ଜଣ ସମିତି ସଭ୍ୟ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଦୀର୍ଘ ସମୟ ଧରି ବିଚାର ବିମର୍ଶ କରିଥିଲେ । ମନ୍ତ୍ରୀ ସଂଯୁକ୍ତାଙ୍କ ନାମରେ ମୋହର ମାରିଥିଲେ । ପରେ ୨୩ ଜଣ ସମିତି ସଭ୍ୟ ଏକା ସାଙ୍ଗରେ ବ୍ଳକ କାର୍ୟ୍ୟାଳୟରେ ପହଂଚିଥିଲେ । ସଂଯୁକ୍ତା ବ୍ଳକ ନିର୍ବାଚନ ଅଧିକାରୀ ତଥା ବଲାଙ୍ଗୀର ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ ତନ୍ତୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ପ୍ରାର୍ଥୀ ପତ୍ର ଯାଞ୍ଚ, ପ୍ରତ୍ୟାହାରର ସମୟ ପରେ ରଣାଙ୍ଗନରେ ରହିଥିବା ଏକ ମାତ୍ର ଅଧ୍ୟକ୍ଷ ପ୍ରାର୍ଥୀନୀ ସଂଯୁକ୍ତାଙ୍କୁ ବିଜୟୀ ଘୋଷଣା କରିଥିଲେ । ବ୍ଳକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁରଥ ସାହୁ, ବରିଷ୍ଠ କିରାଣୀ ଗୋପାଳ ଦାଶ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।
Comments are closed.