www.samajalive.in
Sunday, December 14, 2025
15.1 C
Bhubaneswar

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡ. ପ୍ରମୋଦ ମିଶ୍ର, ଲୋକାର୍ପିତ ହେବ ବ୍ରଜ ମୋହନ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ସମ୍ବଲପୁର: ସମ୍ବଲପୁରର ଇତିହାସରେ ମାର୍ଚ୍ଚ ୧୨ ଶନିବାର ଦିନ ଐତିହାସିକ ଏବଂ ଗୌରବଶାଳୀ ଭାବରେ ଲିପିବଦ୍ଧ ହେବାକୁ ଯାଉଛି। ସହରର ପଟ୍ଟନାୟକପଡ଼ା ସ୍ଥିତ ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ସଚିବ ଡ. ପ୍ରମୋଦ କୁମାର ମିଶ୍ର ନିଜର ପାଠପଢ଼଼ା ଆରମ୍ଭ କରିଥିଲେ। ଉକ୍ତ ବିଦ୍ୟାଳୟର ୧୯୧୦ ମସିହାରେ ନିର୍ମିତ ଏହି ବିଦ୍ୟାଳୟର ପୁନଃ ନିର୍ମାଣ କରାଯାଇଛି। ଏହି ନବ ନିର୍ମିତ ବିଦ୍ୟାଳୟ କୋଠାକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଲୋକାର୍ପଣ ଶନିବାର କରିବେ। ମୁଖ୍ୟ ସଚିବ ଡ. ମିଶ୍ରଙ୍କ ଆସିବାର ଖବର ମିଳିବା ପରେ ତୁରନ୍ତ ସରକାରୀ କଳ ସକ୍ରିୟ ହୋଇ ଯାଇଛି। କରୋନା ପାଇଁ ବିଗତ ଦୁଇ ବର୍ଷ ହେବ ବିଦ୍ୟାଳୟ ନିର୍ମିତ ହେବା ପରେ ବନ୍ଦ ହୋଇ ରହିଥିବା ବେଳେ ଉଦଘାଟନ ନିମନ୍ତେ ଆଖପାଖ ଅଞ୍ଚଳ ସବୁକୁ ବେଶ ସଫେଇ କରାଯାଉଛି।

ଶୁକ୍ରବାର ଅପରାହ୍ନରେ ରାଜଧାନୀ ନୁଆଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡାରେ ପହଂଚିବା ପରେ ସମ୍ବଲପୁରକୁ ସଡକ ପଥରେ ଆସିଥିବା ଡ. ମିଶ୍ରଙ୍କୁ ଜିଲାପାଳ ଜ୍ୟୋତି ପରିଡ଼ା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ଡ. ମିଶ୍ର ସମ୍ବଲପୁର ସମେତ ଆଖପାଖରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକୁ ପରିଦର୍ଶନ କରି କାର୍ଯ୍ୟଗୁଡିକର ଅଗ୍ରଗତି ଓ ଯୋଜନା ସର୍ମ୍ପକରେ ଅବଗତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଡ. ମିଶ୍ର ସମ୍ବଲପୁରର ପଟ୍ଟନାୟକପଡ଼ା ସ୍ଥିତ ବ୍ରଜ ମୋହନ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପ୍ରାୟ ୩ ବର୍ଷ ତଳେ ସେ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଏନଟିପିସିର ପାରିପାର୍ଶ୍ବିକ ପାଣ୍ଠିରୁ ଏହି ବିଦ୍ୟାଳୟର ନୂତନ କୋଠା ନିର୍ମାଣ କରାଯାଇଥିଲା। ତେବେ କରୋନା ସଙ୍କଟ ଯୋଗୁଁ ଏହାର ଲୋକାର୍ପଣ କରାଯାଇ ନ ଥିଲା। ଏହି ଅବସରରେ ଏନଟିପିସିର ଚେୟାରମେନ ଗୁରୁଦୀପ ସିଂହ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories