www.samajalive.in
Sunday, December 14, 2025
16.1 C
Bhubaneswar

ଆସୁଛି ଦୋଳ ପୂର୍ଣ୍ଣମୀ, ପିପିଲିରେ ଚାନ୍ଦୁଆ ସମ୍ଭାର

ପିପିଲି: ରଙ୍ଗିନ ଛତ୍ରୀ, ତ୍ରାସ, ଆଲଟ ସାଙ୍ଗକୁ ଦୋଳ ସାଜସଜ୍ଜା ସାମଗ୍ରୀରେ ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ ବଜାର ସଂପ୍ରତି ପୂର୍ଣ୍ଣ ଶୃଙ୍ଗାରରେ ମଣ୍ଡିତ ହୋଇଛି। ଦୋଳଯାତ୍ରା ଯେତିକି ପାଖେଇ ଆସୁଛି ଚାନ୍ଦୁଆବଜାର ଭିଡ ସେତିକି ବଢିବାରେ ଲାଗିଛି। ଫଳରେ ଦୋଳଯାତ୍ରା ଯେ ଖୁବ ନିକଟରେ ପାଳିତ ହେବ ଏ ଖବର ଲୋକେ ହୃଦ୍‍ବୋଧ କରିପାରୁଛନ୍ତି ପିପିଲି ଚାନ୍ଦୁଆ ବଜାରରୁ । ଉତ୍କଳୀୟ ପରମ୍ପରାରେ ଚାନ୍ଦୁଆ ସର୍ବତ୍ର ଦେବକାର୍ଯ୍ୟରେ ଲାଗିଥାଏ। ପିପିଲି ଚାନ୍ଦୁଆର ରଙ୍ଗବେରଙ୍ଗ ଅନନ୍ୟ ସୁକ୍ଷ୍ମ କାରୁକାର୍ଯ୍ୟ ଦର୍ଶକଙ୍କ ମନକୁ ମୋହିତ କରିଥାଏ। ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଇତ୍ୟାଦି ଠାକୁରଙ୍କ ବିଜେ ସମୟରେ ଏକାନ୍ତ ପ୍ରୟୋଜନୀୟ ହୋଇଥିବାରୁ ପ୍ରାୟ ଦୋଳଯାତ୍ରା ପୂର୍ବରୁ ଏହାର ବଜାର ଜମିଥାଏ।
ଛତ୍ରୀ ସାଧାରଣତଃ ଦୁଇପ୍ରକାର ଅଟେ। ଯଥା କଳା ଓ ଧଳା ଯାହାକି ରାତି ଓ ଦିନ ଅଥବା ଚନ୍ଦ୍ର ଓ ସୂର୍ଯ୍ୟଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଏ। ଆଗକୁ ଦୋଳଯାତ୍ରା ଆସୁଥିବାରୁ ପିପିଲି ଚାନ୍ଦୁଆବଜାରରେ ଭିଡ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜ ଇତ୍ୟାଦିକୁ କିଣିବାକୁ ପିପିଲି ବଜାରକୁ ଧାଇଁ ଆସୁଛନ୍ତି । ବିଭିନ୍ନ ମଠ ଓ ମନ୍ଦିର ପକ୍ଷରୁ ମଧ୍ୟ ଏହିସବୁ ସମଗ୍ରୀ ପିପିଲି ଚାନ୍ଦୁଆ ବଜାରରୁ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି। ପୁରୁଣା ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜର ମରାମତି ମଧ୍ୟ ପିପିଲିରେ କରାଯାଉଛି। ଉଭୟ କପଡା ଓ ଭେଲଭେଟ୍‍ରେ ପ୍ରସ୍ତୁତ ଏହିସବୁ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। ଗୋଟିଏ ଚାନ୍ଦୁଆ ଛତ୍ରୀର ସର୍ବନିମ୍ନ ମୂଲ୍ୟ ୧୨ଶହ ଟଙ୍କା ହୋଇଥିବା ବେଳେ ଏହାର ସର୍ବାଧିକ ମୂଲ୍ୟ ୧୦ ହଜାର ଅଟେ। ସେହିପରି ଆଲଟର ମୂଲ୍ୟ ୨ଶହରୁ ୨ହଜାର ମଧ୍ୟରେ ହୋଇଥିବା ବେଳେ ତ୍ରାସର ମୂଲ୍ୟ ୮ଶହରୁ ସାଢେ ୩ହଜାର ମଧ୍ୟରେ ହୋଇଥିବା ସୂଚନା ମିଳିଛି। ସେହିପରି ଦୋଳବିମାନର ମାପ ଅନୁଯାଇ ଦୋଳସଜ୍ଜ ତିଆରି କରାଯାଇଥାଏ। ଯାହାର ମୂଲ୍ୟ ୨ହଜାରରୁ ଆରମ୍ଭ କରି ୩୦ ହଜାର ଟଙ୍କା ମଧ୍ୟରେ ହୋଇଥାଏ। କପଡା କିମ୍ବା ଭେଲ୍‍ଭେଟ୍‍ରେ ଛୁଞ୍ôଚ ସୂତା ଦ୍ୱାରା ପ୍ରସ୍ତୁତ ଏବଂ ଲେସ୍‍ ବ୍ୟବହାର ଉପରେ ଏହାର ମୂଲ୍ୟ ନିର୍ଭର କରିଥାଏ। ଏହି ସବୁ ସାମଗ୍ରୀ ଉପଲବ୍ଧ ଥିବା ଦୋକାନରେ ଏବେ ଦୈନିକ ୫ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ବ୍ୟବସାୟ ହେଉଥିବା ସୂଚନା ମିଳିଛି। ମହାମାରୀ କରୋନା ଯୋଗୁଁ ଦୁଇବର୍ଷ କାଳ ଚାନ୍ଦୁଆ ବ୍ୟବସାୟ ସଂପୂର୍ଣ୍ଣ ମାନ୍ଦା ହୋଇଯାଇଥିବା ବେଳେ ଏବେ ଦୋଳଯାତ୍ରା ପାଇଁ ଚାନ୍ଦୁଆ ବଜାର ବିଶେଷ ଚଳଚଞ୍ଚଳ ହୋଇଛି।

ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳ ସାଜସଜ୍ଜାରେ ବ୍ୟବହୃତ କପଡା ପୂର୍ବରୁ ୬ଟି ରଙ୍ଗର ଯଥା- ଧଳା, କଳା, ନେଳି, ନାଲି, ହଳଦିଆ ଓ ସବୁଜ ରଙ୍ଗର ଥିଲା। ଏହି ରଙ୍ଗ ଗୁଡିକ ହିନ୍ଦୁ ଦେବାଦେବୀଙ୍କ କାର୍ଯ୍ୟରେ ବ୍ୟବହୃତ ଶାସ୍ତ୍ରନୁମୋଦିତ ରଙ୍ଗ ଅଟେ। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ରଙ୍ଗର କପଡାରେ ପ୍ରସ୍ତୁତ କରାଯାଉଛି ଏହି ଚାନ୍ଦୁଆ ସାମଗ୍ରୀ। ଯାହାକି ସୁଦୃଶ୍ୟ ଓ ଲୋଭନୀୟ ଭାବେ ପ୍ରତୀତ ହେଉଛି ।
କାଠରେ ପ୍ରସ୍ତୁତ ଦୋଳ ବିମାନର ମଣ୍ଡଣୀ ପାରମ୍ପରିକ ଚାନ୍ଦୁଆରେ ପ୍ରସ୍ତୁତ କରାଯାଇଥାଏ। ବିମାନର ଉପର ଚାଳରେ ଚନ୍ଦ୍ର ଓ ସୂର୍ଯ୍ୟ ସହିତ ପାରମ୍ପରିକ ଚାନ୍ଦୁଆ ଉପକରଣମାନ ଲଗାଯାଇଥାଏ। ତଳ ଚାଳରେ ଓଲଟ ଶୁଆ ଓ ଚନ୍ଦ୍ର ସୂର୍ଯ୍ୟଙ୍କୁ ସ୍ଥାନ ଦିଆଯାଇଥାଏ। ବିମାନର ଗର୍ଭଗୃହରେ ଠାକୁର ବିରାଜମାନ କରୁଥିବା ବେଳେ ସମ୍ମୁଖଭାଗରେ ଦ୍ୱାରବେଢା ଚାନ୍ଦୁଆ, ଖୁଣ୍ଟି ଚାନ୍ଦୁଆ,ଭିତର ଚାନ୍ଦୁଆ, ପିଛାଡି ଚାନ୍ଦୁଆ, ସିଂହାସନ ଚାନ୍ଦୁଆ, ଭୋଗ ଚାନ୍ଦୁଆ ମାନ ଆବଶ୍ୟକ ସ୍ଥାନରେ ଲଗାଯାଇଥାଏ। ତଳକୁ ବଇଠି ଖୁଣ୍ଟି ଝାଲର ଲଗାଯାଉଥିବା ବେଳେ ଉପରି ଶୀର୍ଷରେ ପତାକା ଲଗାଯାଇଥାଏ ବୋଲି ଆପ୍ଲିକ୍ୟୁ ଇଣ୍ଟରନ୍ୟାସନାଲର ମାଲିକ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories