www.samajalive.in
Saturday, December 6, 2025
14.1 C
Bhubaneswar

ଅଲ ଓଡ଼ିଶା ଚେସ୍ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ପ୍ରତିନିଧି ମଣ୍ଡଳର କଣ୍ଟାବାଞ୍ଜି ପରିଦର୍ଶନ

କଣ୍ଟାବାଞ୍ଜି : ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ତରଫରୁ ଅଲ ଓଡ଼ିଶା ଚେସ ଆସୋସିଏସନ ଏବଂ ବଲାଙ୍ଗୀର ଜିଲ୍ଲା ଚେସ ଆସୋସିଏସନ ସହଯୋଗରେ ଚଳିତ ମାସ ୨୫, ୨୬, ୨୭ ତାରିଖରେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ଅଲ ଓଡ଼ିଶା ଚେସ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚେସ୍ ଆସୋସିଏସନ ଏକ ପ୍ରତିନିଧି ମଣ୍ଡଳ କଣ୍ଟାବାଞ୍ଜି ଆସିଥିଲେ। ସେମାନେ ଆୟୋଜକ ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିଯୋଗୀମାନଙ୍କ ରହିବା, ଖାଇବା,ଏବଂ କାର୍ଯ୍ୟକ୍ରମ ସ୍ଥଳ ପରିଦର୍ଶନ କରିଛନ୍ତି। କଣ୍ଟାବାଞ୍ଜିରେ ପ୍ରଥମ ଥର ପାଇଁ ହେବାକୁ ଥିବା ରାଜ୍ୟସ୍ତରୀୟ ଆୟୋଜନ ପାଇଁ ଆୟୋଜକ ସଂସ୍ଥାର ପ୍ରଶଂସା କରିଥିଲେ। ପରିଦର୍ଶନରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳରେ ଜିଲ୍ଲା ଚେସ ଆସୋସିଏସନ ବଲାଙ୍ଗୀରର ସମ୍ପାଦକ ପ୍ରିୟଦତ୍ତ ପଣ୍ଡା, ଯୁଗ୍ମ ସମ୍ପାଦକ ସରୋଜ କାନ୍ତ ବେହେରା, ଉପସଭାପତି ଦେବେନ୍ଦ୍ର ଯୋଶୀ, ଏଫଆଇଡ଼ିଇ ଆର୍ବିଟର ସନ୍ତୋଷ ମହାପାତ୍ର, ଜିଲ୍ଲା ଚେସ ଆସୋସିଏସନ ସମ୍ବଲପୁରର ସମ୍ପାଦକ ବିଦୁଭୂଷଣ ମିଶ୍ର, ଯୁଗ୍ମ ସମ୍ପାଦକ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ କଣ୍ଟାବାଞ୍ଜି ଚେସ ସଂଗଠକ ସତୀଶ ମାରୁ, ବିକାଶ ଶାଖା ସଭାପତି ଅର୍ପଣ ଜୈନ, ସଂଯୋଜକ ମନୀଷ ଜୈନ, ଅରିହନ୍ତ ଜୈନ, କମଳ ଅଗ୍ରୱାଲ, କେଶବ ଅଗ୍ରୱାଲ, ଅମନ ଅଗ୍ରୱାଲ, ମିଡ଼ିଆ ମେନେଜର ଆଶିଷ ଖେତାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories