www.samajalive.in
Saturday, December 13, 2025
18.1 C
Bhubaneswar

ନବରଙ୍ଗପୁର ଫେରିଲେ ୟୁକ୍ରେନରେ ପଢୁଥିବା ଡାକ୍ତରୀ ଛାତ୍ର

ନବରଙ୍ଗପୁର : ବହୁ ଆଶାନେଇ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ନବରଙ୍ଗପୁର କେଉଟ ସାହିର ନୃସିଂହ ନାଥ ପାତ୍ର ଶେଷରେ ଘରକୁ ଫେରିଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟାଭୟତାକୁ ନେଇ ପରିବାର ଲୋକ ଆଶଙ୍କାରେ ରହିଥିବାବେଳେ ନୃସିଂହ ଘରକୁ ଫେରି ପୁନଃଜନ୍ମ ଲାଭ କରିଥିବା କହିଛନ୍ତି ତାଙ୍କର ଶିକ୍ଷକ ପିତା ରଜନୀ କୁମାର ପାତ୍ର। ନୃସିଂହ ଡାକ୍ତରୀ ପାଠ ପଢିବା ପାଇଁ ଗତ ୧୭-୧୮ ମସିହରେ ଯୁକ୍ରେନର ଟେର୍‍ନପିଲ ର ନ୍ୟାସନାଲ ମେଡିକାଲ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ତେବେ କରୋନା କାରଣରୁ ଗତ ଦୁଇ ବର୍ଷ ନବଙ୍ଗପୁରରେ ରହି ଅନ୍‍ଲାଇନରେ ପାଠ ପଢୁଥିବାବେଳେ ଗତ ଏକ ବର୍ଷ ହେଲା ସେଠାରେ ରହୁଥିଲେ। ଏବେ ସେ ଚତୁର୍ଥବର୍ଷ ପରୀକ୍ଷା ସାରି ପଞ୍ଚମ ବର୍ଷରେ ପାଠ ପଢୁଥିଲେ।
ଗତ ଫେବୃୟାରୀ ୨୪ ରେ ଅନାଚକ ଭାବେ ରୁଷ ଆକ୍ରମଣର କାରଣରୁ ଘରକୁ ଫେରି ପାରିନଥିଲେ। ଭାରତ ସରକାରଙ୍କର ସହାୟତା କ।ରଣରୁ ଏଠାରେ ପହଞ୍ଚିବାକୁ ସକ୍ଷମ ହୋଇଥିବ। କହିଛନ୍ତି। ଯୁଦ୍ଧ ପରିସ୍ଥିତିକୁ ନେଇ ଫେବୃୟାରୀ ୨୦ରେ ଭାରତୀୟଦୂତାବାସ ପକ୍ଷରୁ ସୁଚନା ଜାରି ହେବା ପରେ ନୃସିଂହ ଓ ତାଙ୍କର ସମସ୍ତ ଭାରତୀୟ ସହପାଠୀ ଟେର୍‍ନପିଲ ସହରରୁ ୟୁକ୍ରେନର ରାଜଧାନୀ କିଭ୍‍ ସହର ( ପ୍ରାୟ ୫୫୦ କି.ମି) କୁ ଟ୍ରେନରେ ଆସି ଭାରତୀୟ ଦୂତାବାସରେ ୨୪ ତାରିଖ ସକାଳେ ପହଞ୍ଚିଥିଲେ। ଏଠାରେ ଦୂତାବାସ ନିକଟରେ ଥିବା ଏକ ବିଦ୍ୟାଳୟରେ ସମସ୍ତଙ୍କୁ ରଖାଯାଇଥିଲା। ୨୫ ତାରିଖ ପାଇଁ ପୂର୍ବରୁ ଉଡାଜାହାଜରେ ଟିକଟ କରାଯାଇଥିଲେ ମଧ୍ୟ ପରେ ତାହା ବାତିଲ ହୋଇଥିଲ। ଫଳରେ ସମସ୍ତେ ସେଠାରେ ରହିବାକୁ ବାଧ୍ୟ ହୋଇଥିଲେ।
ବିଦ୍ୟାଳୟର ତଳେ ଥିବା ବଙ୍କର ରେ ପ୍ରାୟ ୬୦୦ ପିଲା ରହିଥିଲେ। ତେବେ ସେଠାରେ ରହିବା ଓ ଖାଇବା ଅବ୍ୟବସ୍ଥା ନେଇ କିଛି ପିଲା ପାଟିତୁଣ୍ଡ କରିବା ପରେ ଦୂତାବାସ ପକ୍ଷରୁ କୈାଣସି ସହାୟତା ଦେଇ ନଥିବା ନୃସିଂହ କହିଛନ୍ତି। ଫଳରେ ବହୁ କଷ୍ଟରେ ସେଠାରେ ଚଳିବାକୁ ପଡିଥିଲା। ୨୪ ତାରିଖ ସକାଳୁ ଯୁଦ୍ଧ ଆରମ୍ଭ ହୋଇଥିଲା। ୨୫ସକାଳରୁ ୨୮ ତାରିଖ ପର୍ଯ୍ୟନ୍ତ କଫ୍ୟୁ ଜାରି ହେବାରୁ ବାହାରକୁ ବାହରିବାକୁ ସକ୍ଷମ ହୋଇ ପାରିନଥିଲେ। ଗୁଳିଗୁଳା ଶବ୍ଦରେ ସମସ୍ତେ ଭୟରେ ରହିଥିଲୋ ଏହି ସମୟରେ ବହୁ ପିଲା କାନ୍ଦିବା ସହ କେତେକ ମୁର୍ଚ୍ଛା ମଧ୍ୟ ହୋଇଥିଲେ। ୨୮ ସନ୍ଧ୍ୟାରେ କର୍ଫ୍ୟୁବନ୍ଦ ହେବା ପରେ ଦୂତାବାସ ପକ୍ଷରୁ ତୁରନ୍ତ ବିଦ୍ୟାଳୟ ଛାଡିବାକୁ ପରାମର୍ଶ ଦିଆଯାଇଥିଲା ଓ ପଶ୍ଚିମ ପଟର ସୀମନ୍ତ ଦେଶ ପୋଲାଣ୍ଡ, ସେ୍‍ଲଭିଆ, ହଙ୍ଗେରି, ଓ ରୋମିଆ ଦେଶର ସମୀନ୍ତକୁ ଯାଇ ସେଠାରୁ ଉଡାଜାହାଜରେ ଭାରତ ଯିବାକୁ ପରାମର୍ଶ ଦିଆଯାଇଥିଲା। ବିଦ୍ୟାଳୟର ରହଣୀ ସ୍ଥଳରୁ ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଯାଇ କିଭ୍‍ ମେଟ୍ରା ରେଳଷ୍ଟସନରୁ ରାତ୍ର ୧୦ଟାରେ ସ୍ୱତନ୍ତ୍ର ଟ୍ରେନରେ ପୋଲାଣ୍ଡର ସୀମାନ୍ତ କୁବେଲ ଷ୍ଟେସନ କୁ ( ପ୍ରାୟ ୯୦୦ କି.ମି) ଯାଇଥିଲେ।
ମାର୍ଚ୍ଚ ୧ତାରିଖ ରୁ ଏକ ମିନି ବସରେ ସ୍ଲୋଭାକିଆକୁ ଯାଇ ରହିଥିଲେ। ସେଠାରେ ସମସ୍ତ ପିଲା ରୁଣ୍ଡ ହେବା ପରେ ଭାରତ ସରକାର ପଠାଇଥିବା ଉଡାଜାହାଜରେ ୫ ତାରିଖ ୧ଟାରେ ପ୍ରାୟ ୧୭୦ ପିଲା ବସି ୬ତାରିଖ ସକାଳ ପହଞ୍ଚିଥିଲେ। ଏଥିରେ କେବଳ ୨ଜଣ ଓଡିଆ ପିଲା ରହିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଓଡିଶାଭବନକୁ ନିଆଯାଇଥିଲା। ସେଠାରୁ ଓଡିଶା ସରକାରଙ୍କର ସହାୟତାରେ ୭ ତାରିଖ ଅପରାହ୍ନ ୨.୩୦ରେ ଉଠାଜାହାଜ ଯୋଗେ ଟିକଟ କରି ବିଶାଖାପାଟଣା ପଠାଇଥିଲେ। ବିଶାଖାପାଟଣାରୁ ନିଜେ ଏକ କାର ଭଡା କରି ରାତ୍ର ୩ଟାରେ ନବରଙ୍ଗପୁର ପହଞ୍ଚିବା କହିଛନ୍ତି। ତେବେ ବିଦ୍ୟାଳୟର ବଙ୍କରରେ ରହିବା ଓ ୧୫କିଲୋମିଟର ଚାଲିବା ନେଇ ମନରେ ଭୟ ଓ ଆଶଙ୍କା ରହୁଥିଲା ବୋଲି ପ୍ରକାଶ କରିଛନ୍ତି ନୃସିଂହ। ଜୀବନର ଏହି ଅନୁଭିତ କେବେ  ଭୁଲି  ହେବ ନାହିଁ ବୋଲି କହିଛନ୍ତି।
ଅପରପକ୍ଷର ରୁଷ କିଛି ସମୟ ପାଇଁ ଯୁଦ୍ଧ ବିରତି କାରଣରୁ ଏହା ଆସିବାରେ ସୁୁଯୋଗ ହୋଇ ପାରିଥିଲା। ଯୁଦ୍ଧ ପରିସ୍ଥିତି ଦେଖିବା ପରେ ଡାକ୍ତରୀ ପାଠ ପାଇଁ ପୁନର୍ବାର ଯିବା ପାଇଁ ଚିନ୍ତା କରିବେ ବୋଲି କହିଛନ୍ତି। ଭଗବାନଙ୍କ ଦୟାରୁ ପୁଅ ଏହି ବିପଦରୁ ରକ୍ଷା ପାଇ ଆସିପାରିଥିବା ତାଙ୍କର ଶିକ୍ଷୟତ୍ରୀ ମାତା ରଞ୍ଜିତା କୁମାରୀ ଦାଶ କହିଛନ୍ତି। ପରେ ନୃସିଂହ ତାଙ୍କର ପିତାମାତା ଙ୍କର ସହ ଜିଲାପାଳ ଡଃ.କମଳ ଲୋଚନ ମିଶ୍ରଙ୍କୁ ଭେଟି ସହାୟତା କରିଥିବା ନେଇ କୃତଜ୍ଞତା ଜଣାଇଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories