www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ଉତ୍ସୁକତା

ହରଭଙ୍ଗା : ଆସନ୍ତା ୧୨ତାରିଖ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ହେବ ନିର୍ବାଚନ। ଅଧ୍ୟକ୍ଷ ଆସନ ପାଇଁ ବିଜେଡି/ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର।  ବିଜେପି ପାଖରେ ମ୍ୟାଜିକ୍ ନମ୍ବର ୧୨ ରହିଥିବାବେଳେ ବିଜେଡି ମଧ୍ୟ ଏହି ଆସନ ହାତେଇବ ବୋଲି ଦମ୍ଭୋକ୍ତି ଦେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଅଜ୍ଞାତବାସରେ ରହିଥିବା ସମିତିସଭ୍ୟଙ୍କୁ ନେଇ କାହା ପାଖରେ କେତେ ସଂଖ୍ୟା ରହିଛି ତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସୁକତା ମଧ୍ୟ ଲାଗିରହିଛି। ଏଭଳି ପରିସ୍ଥିତିରେ ବିଜେଡି /ବିଜେପି ଦୁହେଁ ଆସନ ହାତେଇବା ପାଇଁ କହୁଥିବା ବେଳେ ହାତୀ କାହାମୁଣ୍ଡରେ କଳସ ଢାଳୁଛି ତାକୁ ନେଇ ସବୁଠି ରାଜନୈତିକ ଚର୍ଚ୍ଚା ଜୋରଧରିଛି। ଅନ୍ୟପଟେ ବିଜେପି ପକ୍ଷରୁ ସ୍ନେହଲତା ପ୍ରଧାନ ଏବଂ ବିଜେଡି ପକ୍ଷରୁ ବିଜୟଲକ୍ଷ୍ମୀ ସାହୁ ଆଶାୟୀ ଚେୟାରମ୍ୟାନ୍ ପ୍ରାର୍ଥୀ ଦୌଡରେ ରହିଥିବା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories