www.samajalive.in
Wednesday, December 10, 2025
26.1 C
Bhubaneswar

ଫେସନ୍‌ରେ ‘ଭ୍ରୂ-ଟାଟୁ’

ମହାନଗରୀର ଯୁବପିଢ଼ି ଫେସନ୍ ଦୌଡ଼ରେ ସବୁଠୁ ଆଗରେ। ବି​‌େ​‌ଦଶୀ ଷ୍ଟାଇଲ୍୍କୁ ମାତ୍ର ଦିନ କେଇଟାରେ ଏଠା ଯୁବତୀମାନେ ଆପଣେଇଥାନ୍ତି। ହଲିଉଡ ଅଭିନେତ୍ରୀ ଆଞ୍ଜେଲିନ ଜୋଲି ପ୍ରଥମେ ଆଇବ୍ରୋ ଟାଟୋ(ଭ୍ରୂ ଟାଟୁ) କରାଇବା ପରେ ରାତାରାତି ଏହାର ଲୋକପ୍ରିୟତା ବଢ଼ିଥିଲା। ବଲିଉଡ ଅଭିନେତ୍ରୀମାନେ ତୁରନ୍ତ ଏଇ ଷ୍ଟାଇଲ୍‌କୁ ଆପଣେଇଥିଲେ। ଏବେ ଯୁବତୀ ଓ ମହିଳାଙ୍କ ମଧ୍ୟରେ ଏହି ଷ୍ଟାଇଲ୍‌ର ଆଦର ଦେଖାଯାଉଛି। ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତରେ ଏହା ଆଖି ବା ଭ୍ରୂର କୌଣସି କ୍ଷତି କରୁନଥିବାବେଳେ ଅତିବେଶୀରେ ୭-୯ହଜାର ଟଙ୍କା ଏଥିପାଇଁ ଖର୍ଚ୍ଚ ହୁଏ। ଦିଲ୍ଲୀର ନାମୀ ସୌନ୍ଦର୍ୟ୍ୟ ବିଶେଷଜ୍ଞ ମନମିତ୍ କୌର୍ ନାଗପାଲ କହିଛନ୍ତି ଏବର ପିଢ଼ି ଶରୀରର ବିଭିନ୍ନ ଅଙ୍ଗ ହାତ, ଗୋଡ଼ ପାଦ, ବେକ ସବୁଠାରେ ଟାଟୁ କରି ନିଜକୁ ଫେସନ୍ ଦୌଡ଼ରେ ସାମିଲ କରାଇଛନ୍ତି। ଏସବୁଠାରୁ ଭ୍ରୂ-ଟାଟୁ ଭିନ୍ନ। ବିଶେଷ କରି ସୁନ୍ଦର ଆଖି ଥିବା ଯୁବତୀ ଓ ମହିଳାମାନେ ଏଇ ଟାଟୋ କଲେ ଅଧିକ ଆକର୍ଷଣୀୟ ଦେଖାଯାଇଥାନ୍ତି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories