ମାଲିକଙ୍କ ଅଜାଣତରେ ଫୋନ ପେ’ ଡାଉନଲୋଡ କଲା ଡ୍ରାଇଭର, ପର୍ଯ୍ୟାୟକ୍ରମେ ଲୁଟିନେଲା ୧୦ଲକ୍ଷ ଟଙ୍କା
ଭୁବନେଶ୍ବର: ଏବେ ସ୍ମାର୍ଟ ଫୋନର ଡିଜିଟାଲ ନେଣଦେଣ ବହୁଳ ବ୍ୟବହାର ହେଉଛି। ସେଥି ମଧ୍ୟରୁ ଫୋନ ପେ’ ମଧ୍ୟ ଅନେକ ବ୍ୟବହାର କରିଥାନ୍ତି। ସ୍ମାର୍ଟ ଫୋନରେ ଫୋନ ପେ’ ନେଣଦେଣ ସମ୍ପର୍କରେ ଠିକ ଭାବେ ବ୍ୟବହାର ଜାଣିନଥିବା ବ୍ୟକ୍ତିଙ୍କୁ କିଭଳି ସହଜରେ ଠକି ହେବ ତାହାର ଏକ ଜ୍ବଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ସବୁଠୁ ବିଶ୍ବସ୍ତ ଥିବା ଡ୍ରାଇଭର ମାଲିକଙ୍କ ସ୍ମାର୍ଟ ଫୋନରୁ ଡିଜିଟାଲ ମୋଡରେ ୧୦ଲକ୍ଷ ଟଙ୍କା ଲୁଟି ନେଇଛି। ମାଲିକଙ୍କ ସ୍ମାର୍ଟ ଫୋନରୁ ଫୋନ ପେ’ ଡାଉନଲୋଡ କରି ସେଥିରୁ ପର୍ଯ୍ୟାୟ କ୍ରମେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୁଟି ଚାଲିଥିଲା ଡ୍ରାଇଭର। ନିଜ ଅଜାଣତରେ ଫୋନ ପେ ଡାଉନଲୋଡ କରି ଡ୍ରାଇଭର ଟଙ୍କା ଲୁଟୁଥିବାରୁ ସମ୍ପର୍କରେ ମାଲିକ ବିଳମ୍ବରେ ଜାଣିବାକୁ ପାଇଥିଲେ। ଫୋନ ପେ ଯୋଗେ ପର୍ଯ୍ୟାୟ କ୍ରମେ ନିଜ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣି ମାଲିକଙ୍କ ହୋସ ଉଡ଼ିଯାଇଥିଲା। ତାଙ୍କ ଆକାଉଣ୍ଟରୁ ଫୋନ ପେ ମାଧ୍ୟମରେ ଟଙ୍କା ଲୁଟ ହୋଇଥିବା ନେଇ ସେ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗକୁ ଭିତ୍ତିକରି ସାଇବର ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ପଟିଆ ଅଞ୍ଚଳରୁ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଥିବା ସୂଚନା ମିଳିଛି।
Comments are closed.