www.samajalive.in
Sunday, December 7, 2025
15.1 C
Bhubaneswar

ଡେଲିଭରୀ ବୟ ସାଜି ଭୁବନେଶ୍ବରରେ ଗଳି କନ୍ଦି ବୁଲୁଛନ୍ତି କପିଲ୍‌

ଭୁବନେଶ୍ବର: ଭୁବନେଶ୍ବରରେ କମେଡ଼ି କିଙ୍ଗ୍‌ କପିଲ୍‌ ଶର୍ମା। ଡେଲିଭରୀ ବୟ ସାଜି ରାଜଧାନୀର ଗଳି କନ୍ଦିରେ ବୁଲୁଛନ୍ତି କପିଲ୍‌। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ। ତେବେ ସତରେ ନୁହେଁ ବରଂ ଏକ ଫିଲ୍ମର ଶୁଟିଂ ପାଇଁ କପିଲ୍‌ ଏଭଳି ବେଶ ଧାରଣ କରିଛନ୍ତି। ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ କପିଲ୍ ଭୁବନେଶ୍ବର ଆସିଛନ୍ତି। ନିର୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ କପିଲ୍‌ ଓ ପୁରା ଟିମ୍‌ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କ ଶୁଟିଂ ଆରମ୍ଭ ହୋଇଯାଇଛି।

ସୂଚନା ମୁତାବକ, ନନ୍ଦିତାଙ୍କ ଏହି ଚଳଚ୍ଚିତ୍ରରେ ବଲିଉଡ଼ ଅଭିନେତା କପିଲ୍‌ ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିରେ ସେ ଜଣେ ଖାଦ୍ୟ ଡେଲିଭରୀ ବୟ ଭୂମିକାରେ ଅଭିନୟ କରିଛନ୍ତି। ଶୁଟିଂ ସମୟର କିଛି ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଶାହାନା ଗୋସ୍ବାମୀ ଏଥିରେ କପିଲଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ବୋଲି ଜଣାପଡ଼ିଛି। ଭୁବନେଶ୍ବରର ବିଭିନ୍ନ ରେଷ୍ଟୁରାଣ୍ଟ ଓ ପୁରୁଣା ସ୍ଥାନରେ ଫିଲ୍ମର କିଛି ଦୃଶ୍ୟର ଶୁଟିଂ ଚାଲିଛି।

- Advertisement -

ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ତେବେ ଏହା ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। କପିଲ୍‌ ସାମାଜିକ ଗଣମାଧ୍ୟମରେ ନନ୍ଦିତା ଓ ଟିମ୍‌ ସହ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories