www.samajalive.in
Saturday, December 6, 2025
26.1 C
Bhubaneswar

ମାଲିକଙ୍କ ଅଜାଣତରେ ଫୋନ ପେ’ ଡାଉନଲୋଡ କଲା ଡ୍ରାଇଭର, ପର୍ଯ୍ୟାୟକ୍ରମେ ଲୁଟିନେଲା ୧୦ଲକ୍ଷ ଟଙ୍କା

ଭୁବନେଶ୍ବର: ଏବେ ସ୍ମାର୍ଟ ଫୋନର ଡିଜିଟାଲ ନେଣଦେଣ ବହୁଳ ବ୍ୟବହାର ହେଉଛି। ସେଥି ମଧ୍ୟରୁ ଫୋନ ପେ’ ମଧ୍ୟ ଅନେକ ବ୍ୟବହାର କରିଥାନ୍ତି। ସ୍ମାର୍ଟ ଫୋନରେ ଫୋନ ପେ’ ନେଣଦେଣ ସମ୍ପର୍କରେ ଠିକ ଭାବେ ବ୍ୟବହାର ଜାଣିନଥିବା ବ୍ୟକ୍ତିଙ୍କୁ କିଭଳି ସହଜରେ ଠକି  ହେବ ତାହାର ଏକ ଜ୍ବଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ସବୁଠୁ ବିଶ୍ବସ୍ତ ଥିବା ଡ୍ରାଇଭର ମାଲିକଙ୍କ ସ୍ମାର୍ଟ ଫୋନରୁ ଡିଜିଟାଲ ମୋଡରେ ୧୦ଲକ୍ଷ ଟଙ୍କା ଲୁଟି ନେଇଛି। ମାଲିକଙ୍କ ସ୍ମାର୍ଟ ଫୋନରୁ ଫୋନ ପେ’ ଡାଉନଲୋଡ କରି ସେଥିରୁ ପର୍ଯ୍ୟାୟ କ୍ରମେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୁଟି ଚାଲିଥିଲା ଡ୍ରାଇଭର। ନିଜ ଅଜାଣତରେ ଫୋନ ପେ ଡାଉନଲୋଡ କରି ଡ୍ରାଇଭର ଟଙ୍କା ଲୁଟୁଥିବାରୁ ସମ୍ପର୍କରେ ମାଲିକ ବିଳମ୍ବରେ ଜାଣିବାକୁ ପାଇଥିଲେ। ଫୋନ ପେ ଯୋଗେ ପର୍ଯ୍ୟାୟ କ୍ରମେ ନିଜ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣି ମାଲିକଙ୍କ ହୋସ ଉଡ଼ିଯାଇଥିଲା। ତାଙ୍କ ଆକାଉଣ୍ଟରୁ ଫୋନ ପେ ମାଧ୍ୟମରେ ଟଙ୍କା ଲୁଟ ହୋଇଥିବା ନେଇ ସେ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗକୁ ଭିତ୍ତିକରି ସାଇବର ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ପଟିଆ ଅଞ୍ଚଳରୁ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଥିବା ସୂଚନା ମିଳିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories