www.samajalive.in
Sunday, December 14, 2025
16.1 C
Bhubaneswar

ଟିଟିଲାଗଡ଼ ପୌରାଧ୍ୟକ୍ଷ ଆସନ ପାଇଁ ତିନି ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଟିଟିଲାଗଡ଼ : ଆଜି ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପୌରାଧ୍ୟକ୍ଷ ପ୍ରାର୍ଥୀନୀ ନାମାଙ୍କନ ଦାଖଲ କରିଛନ୍ତି  । ପ୍ରଥମେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପିସିସି ସାଧାରଣ ସମ୍ପାଦକ ମୁକେଶ ଜୈନ, ବିକାଶ ପାଣିଗ୍ରାହୀ, ତୁଳସୀ ସାହୁ, ସୁମନ୍ତ ବେହେରା, ଜୟସିଂ ତାଣ୍ଡି ତଥା ବହୁ ସମର୍ଥକଙ୍କ ଉପସ୍ଥିତିରେ କଂଗ୍ରେସ ପ୍ରାର୍ଥୀନୀ କମଳିନୀ ସରାଫ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ  । ପରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀନୀ ସୁକାନ୍ତି ପାଢ଼ୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏହା ସହ ଦଳୀୟ ଜିଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଟିଟିଲାଗଡ଼ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ଗୁଲାବ ସୋନି, ଚେୟାରମେନ ବାଗ, ବଜରଙ୍ଗ ଲାଲ ଗୋୟଲ  ପ୍ରମୁଖଙ୍କ ଉପସ୍ଥିତିରେ ବିଜେପି ପ୍ରାର୍ଥୀନୀ ମମତା ଜୈନ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହା ସହ ପୌର ପରିଷଦର ୧୫ଟି ୱାର୍ଡ ପାଇଁ ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି  । ତିନି ରାଜନୈତିକ ଦଳ ବିଶାଳ ଶୋଭାଯାତ୍ରାରେ ପହଞ୍ଚିଥିବା ବେଳେ ପୌର କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା  । ଏନେଇ ପୁଲିସକୁ ନାକେଦମ ହେବାକୁ ପଡିଥିଲା  । ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ରନାଥ ଶତପଥୀ, ଆଇଆଇସି ରଞ୍ଜନ ବରିହାଙ୍କ ସମେତ ବହୁ ସଂଖ୍ୟାରେ ପୁଲିସବଳ ମୁତୟନ ହୋଇଥିଲେ  ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories